Advertisment

ଓଡ଼ିଶାରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍, ମାଲଦା ଟାଉନରୁ ବାଙ୍ଗାଲୁରୁକୁ ଗଡ଼ିବ

ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍ । ଏହି ଟ୍ରେନ୍‌କୁ ଦେଖିବାକୁ ତଥା ସେଲଫି ଉଠାଇବାକୁ ଷ୍ଟେଶନରେ ବେଶ୍‌ ଗହଳି ପରିଲକ୍ଷିତ ହେଉଛି।

Amrut Bharat Express

Amrut Bharat Express

Advertisment

ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍ । ଏହି ଟ୍ରେନ୍‌କୁ ଦେଖିବାକୁ ତଥା ସେଲଫି ଉଠାଇବାକୁ ଷ୍ଟେଶନରେ ବେଶ୍‌ ଗହଳି ପରିଲକ୍ଷିତ ହେଉଛି। ଭୁବନେଶ୍ୱର ଷ୍ଟେଶନରେ ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ରାଜ୍ୟସଭା ସାଂସଦ ସୁଲତା ଦେଓ ବି ଉପସ୍ଥିତ ଥିଲେ। 

Advertisment

 ଏହି ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ୭ ତାରିଖରୁ ମାଲଦା ଟାଉନରୁ ବାଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ । ଓଡ଼ିଶାର ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁରରେ ଏହି ଟ୍ରେନର ରହଣି ଅଛି।

ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ୍ ରହିବ। ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ | ଏହି ଟ୍ରେନରେ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍‌ର ସିଟ୍, ଉନ୍ନତ ଲଗେଜ୍ ରାକ୍, ମୋବାଇଲ୍ ଷ୍ଟାଣ୍ଡ ଓ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି ଓ ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଧାମରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ସେଥି ମଧ୍ୟରୁ ଏହା ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ୍ ବୋଲି ଜଣାଯାଇଛି।

ଏହି ଅବସରରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ କହିଛନ୍ତି, ୨୦୧୯ ମସିହାରୁ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୫୨ଟି ଟ୍ରେନ୍‌ ଟ୍ରାକ୍‌ରେ ଦୌଡ଼ିବ । ବର୍ତ୍ତମାନ ସୁଦ୍ଧା ୪୧ଟି ଟ୍ରେନ୍‌ର ଶୁଭାରମ୍ଭ ହୋଇ ଯାଇଛି।

ଆଜି ଏକ ଅମୃତ ଭାରତ ଏକ୍ସପ୍ରେସ୍ ଭୁବନେଶ୍ୱରରେ ପହଞ୍ଚିଛି। ଏଥିରେ ଅତ୍ୟାଧୁନିକ ସୁବିଧା ଥିବା ବେଳେ ଏହାର ଭଡ଼ା ସମସ୍ତଙ୍କୁ ସୁହାଇବ । ଏଥିରେ ଦେଶର ସମସ୍ତ ବର୍ଗର ଯାତ୍ରୀ ଯାଇପାରିବେ। ଏଥିରେ ୨୨ଟି କୋଚ ଥିବା ବେଳେ ୧୮୩୪ ଯାତ୍ରୀ ଯାତ୍ରା ଯାଇପାରିବେ ବୋଲି କହିଛନ୍ତି ସାଂସଦ ଷଡଙ୍ଗୀ 

Bhubaneswar Amrut Bharat Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe