Advertisment

‘ବନ୍ଦେ ଭାରତ' ପରେ ଟ୍ରାକ୍‌ରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ'

ଅମୃତ ଭାରତ ଟ୍ରେନ୍‌ ଷ୍ଟାର୍ଟ ଓ ବ୍ରେକ ବେଳେ ଯାତ୍ରୀଙ୍କୁ ଝଟ୍‌କା ଲାଗିବ ନାହିଁ। ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ। ଏହା ନନ-ଏସି ଟ୍ରେନ। ଏଥିରେ କବଚ ଟେକନୋଲୋଜି ଲାଗିଛି। ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ନବନିର୍ମିତ ପୁଶ୍-ପୁଲ୍ ରେକ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Amrut Bharat Train

Amrut Bharat Train

Advertisment

‘ବନ୍ଦେ ଭାରତ'ର ସଫଳତା ପରେ ଟ୍ରାକ୍‌ରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ' ଟ୍ରେନ୍। ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁଶ୍‌-ପୁଲ ଟେକନୋଲୋଜିରେ ନିର୍ମିତ ଏହି ସ୍ୱଦେଶୀ ଟ୍ରେନକୁ ଖୁବଶୀଘ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍‌ କମ୍‌ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ କରିପାରିବ। ଅର୍ଥାତ୍ ଏହା ଶୀଘ୍ର ସ୍ପିଡ ବଢ଼ାଇ ଓ କମାଇପାରିବ।

ଅମୃତ ଭାରତ ଟ୍ରେନ୍‌ ଷ୍ଟାର୍ଟ ଓ ବ୍ରେକ ବେଳେ ଯାତ୍ରୀଙ୍କୁ ଝଟ୍‌କା ଲାଗିବ ନାହିଁ। ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ। ଏହା ନନ-ଏସି ଟ୍ରେନ। ଏଥିରେ କବଚ ଟେକନୋଲୋଜି ଲାଗିଛି। ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ନବନିର୍ମିତ ପୁଶ୍-ପୁଲ୍ ରେକ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଅମୃତ ଭାରତ ଟ୍ରେନ୍‌ର ୨୨ଟି କୋଚ୍‌ ରହିବ। ସବୁ ବଗି ଜେନେରାଲ୍‌। ବନ୍ଦେ ଭାରତରେ ପରି ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇଛି। ବର୍ତ୍ତମାନ ସୁଦ୍ଧାର ଏହାର ଭଡ଼ା ନିର୍ଦ୍ଧାଣ କରାଯାଇନାହିଁ। ତଥାପି ସାଧାରଣ ଟ୍ରେନ୍‌ ଅପେକ୍ଷା କମ୍‌ ହେବ ବୋଲି ଶୁଣିବାକୁ ମିଳୁଛି। ଯାହାଫଳରେ ସାଧାରଣ ଲୋକ ଏହି ଟ୍ରେନ୍‌ର ଯାତ୍ରା କରିପାରିବେ। ଏହି ଟ୍ରେନ୍‌ ମାତା ସୀତାଙ୍କ ଜନ୍ମଭୂମିରୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମ ଜନ୍ମଭୂମିକୁ ସଂଯୋଗ କରିବ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଅମୃତ ଭାରତ ଟ୍ରେନ୍‌ ଚାଲିବ। ପ୍ରଥମ ଟ୍ରେନ୍‌ ବିହାର ଦରଭଙ୍ଗାରୁ ଭାୟା ଅଯୋଧ୍ୟା ହୋଇ ନୂଆଦିଲ୍ଲୀ ଅଭିମୁଖେ ଯିବ। ସେହିପରି ଦ୍ୱିତୀୟ ଅମୃତ ଭାରତ ଟ୍ରେନ୍‌ ମାଲ୍‌ଦାରୁ ବେଙ୍ଗାଲୁରୁକୁ ଚାଲିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Railway Minister Amrut Bharat Train Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe