Advertisment

ନିଷ୍ଠୁର ଏ ବ୍ୟବସ୍ଥା; ଅସହାୟ ବୃଦ୍ଧ ଦମ୍ପତି

ଆଜି ଲିଙ୍ଗୁ ଟ୍ରେପେକାଙ୍କୁ ଟ୍ରଲିରେ ଧରି ଡିଲର ପାଖୁ ଯାଇଥିଲେ ତୁଲସା ମାଉସୀ। ଡିଳର ପାଖରେ ବାୟୋମେଟ୍ରିକରେ ଫିଙ୍ଗରପ୍ରିଣ୍ଟ ଦେଇ ତିନି ମାସର ଚାଉଳ ନେଇଥିଲେ। ଚାଉଳ ଗ୍ରହଣ କରିବା ପରେ ଉଭୟ ଘରକୁ ଫେରିଥିଲେ।

trolley

trolley

Advertisment

ନିଷ୍ଠୁର ଏ ବ୍ୟବସ୍ଥା। ଅସହାୟ ବୃଦ୍ଧ ଦମ୍ପତି। ଚାଉଳ ଗଣ୍ଡାକ ପାଇଁ ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଜର୍ଜରୀତ। ସ୍ୱମୀଙ୍କୁ ଟ୍ରଲିରେ ବୁହାଇଲେ ସ୍ତ୍ରୀ। ଅସହାୟର ଏ ଦାରୁଣ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରୁ।

Advertisment

ନକ୍ସଲପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ସଦର ପଞ୍ଚାୟତର ଚଂପିକଟା ସାହିର ବାସୀନ୍ଦା ହେଉଛନ୍ତି ଲିଙ୍ଗୁ ଟ୍ରେପେକା। ତାଙ୍କର ବୟସ ୮୫ ବର୍ଷ। ରୋଗ ଯନ୍ତ୍ରଣାରେ ପଡ଼ିଥିବାରୁ ଚାଲିବୁଲି ପାରୁ ନାହାନ୍ତି। ଦୂରାରୋଗ ପକ୍ଷାଘାତରେ ଆକ୍ରାନ୍ତ ହୋଇ ସେ ଶଯ୍ୟାସାୟୀ ଅଛନ୍ତି। ବାର୍ଦ୍ଧକ୍ୟର ଏହି ଦାରୁଣ ସମୟରେ ସାଥୀରେ ଅଛନ୍ତି ଧର୍ମପତ୍ନୀ। ସେ ମଧ୍ୟ ବ୍ୟର୍ଦ୍ଧକ୍ୟରେ ପଦାର୍ପଣ କଲେଣି। କିନ୍ତୁ ହାର ମାନିନାହାନ୍ତି। ଅଣ୍ଟା ବାଙ୍କିଯାଇଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ସବୁ ସମସ୍ୟାକୁ ଢାଲ ହୋଇ ସମାଳୁଛନ୍ତି। ଆଉ ରୋଗୀଣା ସ୍ୱାମୀଙ୍କ କଥା ବୁଝୁଛନ୍ତି।

ଲିଙ୍ଗୁ ଟ୍ରେପେକା ଓ ତାଙ୍କ ପତ୍ନୀ ତୁଲସା ବର୍ଦ୍ଧକ୍ୟରେ ପଦାର୍ପଣ କରିଥିଲେ ସୁଦ୍ଧା ଚଳିବାରେ ନାନା ସମସ୍ୟାରେ ସମ୍ମୁଖୀନ ହେଉଥିଲେ। ଏଥିରୁ ମୁକୁଳିବା ପାଇଁ ଉଭୟଙ୍କୁ ରାଜ୍ୟସରକାର ବାର୍ଦ୍ଧକ୍ୟ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଉଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ପକ୍ଷାଘାତରେ ଆକ୍ରାନ୍ତ ଲିଙ୍ଗୁଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଚାଉଳ। ଏଥିପାଇଁ ତାଙ୍କୁ ଡିଲର ପାଖକୁ ଯିବାକୁ ପଡ଼ୁଛି। ମାଧ୍ୟମ ସାଜିଛି ଟ୍ରଲି। ଆଉ ଭଡ଼ା ବାବଦକୁ ଟ୍ରଲିବାଲା ନେଉଛନ୍ତି ୧୦୦ ଟଙ୍କା। ଲିଙ୍ଗୁ ମୋଉସା ଥରେ ଟ୍ରଲିରେ ଗଲେ ତିନିମାସର ଚାଉଳ ଆଣୁଛନ୍ତି। ଆଉ ସାଥୀରେ ଯାଉଛନ୍ତି ମାଉସୀ।

Advertisment

ଆଜି ଲିଙ୍ଗୁ ଟ୍ରେପେକାଙ୍କୁ ଟ୍ରଲିରେ ଧରି ଡିଲର ପାଖୁ ଯାଇଥିଲେ ତୁଲସା ମାଉସୀ। ଡିଳର ପାଖରେ ବାୟୋମେଟ୍ରିକରେ ଫିଙ୍ଗରପ୍ରିଣ୍ଟ ଦେଇ ତିନି ମାସର ଚାଉଳ ନେଇଥିଲେ। ଚାଉଳ ଗ୍ରହଣ କରିବା ପରେ ଉଭୟ ଘରକୁ ଫେରିଥିଲେ। ସେଇ ସମୟରେ ବୃଦ୍ଧ ଦମ୍ପତିଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ବୃଦ୍ଧ ଦମ୍ପତିଙ୍କ ପାଇଁ ଏ ବ୍ୟବସ୍ଥା କ’ଣ ଏତେ ଅସହାୟ ବୋଲି ମତ ପ୍ରକାଶ ପାଇଥିଲା।

ଅନ୍ୟପଟେ ଏ ଘଟଣାକୁ ନେଇ ଯୋଗାଣ ସହାୟକ କହିଛନ୍ତି, ସରକାର ବାୟୋମେଟ୍ରିକ ବ୍ୟବସ୍ଥା କରିଛନ୍ତି। ଟିପ ଚିହ୍ନ ନଦେଲେ ଚାଉଳ ଦେବା କଷ୍ଟକର। ତେଣୁ ଏପରି ଘଟିଛି। ଆସନ୍ତା ଥର ଆମେ ଘରକୁ ଯାଇ ଟିପ ଚିହ୍ନ ନେଇ ବୃଦ୍ଧ ହିତାଧିକାରୀଙ୍କୁ ଚାଉଳ ଯୋଗାଇଦେବୁ ବୋଲି ଯୋଗାଣ ସହାୟକ କହିଛନ୍ତି।

ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧାରୀ ଖରା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe