Advertisment

ପାଣ୍ଡିଆନଙ୍କ ରୋଡ୍‌ ଶୋ’ ପାଇଁ ଅଟକି ରହିଲା ଆମ୍ବୁଲାନ୍ସ

ବାଲେଶ୍ୱର ଜିଲ୍ଲାରେ ଗତକାଲି ପାଣ୍ଡିଆନଙ୍କ ରୋଡ ଶୋ’ ଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Ambulance

Ambulance

ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ରୋଡ୍‌ ଶୋ’ ପାଇଁ ଦୀର୍ଘ ସମୟ ଅଟକି ରହିଲା ଆମ୍ବୁଲାନ୍ସ। ଛଟପଟ ହେଲେ ରୋଗୀ। ବାଲେଶ୍ୱର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି।

Advertisment

ବାଲେଶ୍ୱର ଜିଲ୍ଲାରେ ଗତକାଲି ପାଣ୍ଡିଆନଙ୍କ ରୋଡ ଶୋ’ ଥିଲା। ତେବେ ରାତି ପ୍ରାୟ ୮ଟା ବେଳେ ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ପାଣ୍ଡିଆନଙ୍କ ରୋଡ ଶୋ’ ଚାଲିଥିବା ବେଳେ ଅନେକ ସମୟ ଧରି ୧୦୮ ଆମ୍ବୁଲାନ୍ସ ଭିଡ଼ ଭିତରେ ଫସି ରହିଥିଲା। ଆମ୍ବୁଲାନ୍ସ ଭିତରେ ରୋଗୀ ଓ ତାଙ୍କ ସମ୍ପକୀୟ ଥିଲେ।

ଆମ୍ବୁଲାନ୍ସ ସାଇରନ୍ ବାଜି ଚାଲିଥିଲା ହେଲେ ସମସ୍ତେ ଯେମିତି ବେଫିକର ଥିଲେ। ଯେପରି କାହାକୁ ଆମ୍ବୁଲାନ୍ସର ସାଇରନ କାନକୁ ଶୁଭାଯାଉଥିଲା।  ଦୀର୍ଘସମୟ ଧରି ଆମ୍ବୁଲାନ୍ସଟି ଭିଡ଼ ଭିତରେ ପଶି ରହିଥିଲା। ଭିଡ଼ କମିବା ପରେ ଆମ୍ବୁଲାନ୍ସଟି ଯାଇଥିଲା। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

Advertisment
Balasore