ଚାଷଜମିରୁ ଉଦ୍ଧାର ହେଲା ବିଦେଶୀ ପକ୍ଷୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ବରାମୁଷା ଗାଁରୁ।
ଆଜି ସକାଳେ ଗାଁର ଜଣେ ଚାଷୀ ବିଲକୁ ଯାଇଥିଲେ। ବିଲରେ ପହଞ୍ଚିବା ପରେ ଚାଷ ଜମିରେ ଏକ ବିଦେଶୀ ପକ୍ଷୀ ଦେଖିବାକୁ ପାଇଥିଲେ। ସେ ପକ୍ଷୀକୁ କିଛି ଅନ୍ୟ କିଛି ପକ୍ଷୀ ମାନେ ଆକ୍ରମଣ କରୁଥିଲେ। ଏନେଇ ଚାଷୀ ଜଣଙ୍କ ସେ ପକ୍ଷୀମାନଙ୍କ କବଳରୁ ବିଦେଶୀ ପକ୍ଷୀକୁ ଉଦ୍ଧାର କରିଥିଲେ।
Also Read
ଏନେଇ ଚାଷୀ ଜଣଙ୍କ ଗାଁର କିଛି ଲୋକଙ୍କୁ ସେ ବିଦେଶୀ ପକ୍ଷୀକୁ ନେଇ ଦେଖାଇଥିଲେ। ଗାଁ ଲୋକମାନେ ମିଳିତ ଭାବେ ସେ ବିଦେଶୀ ପକ୍ଷୀକୁ ଧରି ବନ ବିଭାଗ କାର୍ଯ୍ୟାଳକୁ ଯାଇଥିଲେ।
ପରେ ବଣାଇଁ ବନ ବିଭାଗ ଫରେଷ୍ଟର ଉପସ୍ଥିତ ରହି ବିଦେଶୀ ପକ୍ଷୀକୁ ଉଦ୍ଧାର କରି ଚିକିତ୍ସା ଲାଗି ପଠାଇ ଥିଲେ। ଏହା ଏକ ବିଦେଶୀ ପକ୍ଷୀ ଗୃପ୍ରୁ ଅଲଗା ହୋଇ ଯାଇ ବର୍ଷାରେ ମାଡ଼ ହୋଇ ତଳେ ପଡ଼ିଯାଇଥିବା ଅନୁମାନ କରାଯାଇଛି ବୋଲି ବନ ବିଭାଗ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
‘ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଜାରି ରହିଛି।’
Miscellaneous
ବାଲିଯାତ୍ରାକୁ ଆସୁଛନ୍ତି, ସରିଲେ ଫେରିଯାଉଛନ୍ତି
ସନ୍ଦେହ ବଢ଼ିଲା, କିଏ ଏମାନଙ୍କୁ ଏଭଳି କରିବାକୁ ପ୍ରବର୍ତ୍ତାଉଛି ?
Miscellaneous
ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।
Miscellaneous
ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କି ସୁଡ଼ଙ୍ଗ, ମରାମତି ବାଟ ଫିଟିଲା
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଜିପିଆରଏସ୍ ସର୍ଭେ ରିପୋର୍ଟରୁ ହେଲା ସ୍ପଷ୍ଟ। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।