Advertisment

ଚାଷଜମିରୁ ଉଦ୍ଧାର ହେଲା ବିଦେଶୀ ପକ୍ଷୀ

ଚାଷୀ ଜଣଙ୍କ ଗାଁର କିଛି ଲୋକଙ୍କୁ ସେ ବିଦେଶୀ ପକ୍ଷୀକୁ ନେଇ ଦେଖାଇଥିଲେ। ଗାଁ ଲୋକମାନେ ମିଳିତ ଭାବେ ସେ ବିଦେଶୀ ପକ୍ଷୀକୁ ଧରି ବନ ବିଭାଗ କାର୍ଯ୍ୟାଳକୁ ଯାଇଥିଲେ।

Bird

Bird

Advertisment

ଚାଷଜମିରୁ ଉଦ୍ଧାର ହେଲା ବିଦେଶୀ ପକ୍ଷୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ବରାମୁଷା ଗାଁରୁ।

Advertisment

ଆଜି ସକାଳେ ଗାଁର ଜଣେ ଚାଷୀ ବିଲକୁ ଯାଇଥିଲେ। ବିଲରେ ପହଞ୍ଚିବା ପରେ ଚାଷ ଜମିରେ ଏକ ବିଦେଶୀ ପକ୍ଷୀ ଦେଖିବାକୁ ପାଇଥିଲେ। ସେ ପକ୍ଷୀକୁ କିଛି ଅନ୍ୟ କିଛି ପକ୍ଷୀ ମାନେ ଆକ୍ରମଣ କରୁଥିଲେ। ଏନେଇ ଚାଷୀ ଜଣଙ୍କ ସେ ପକ୍ଷୀମାନଙ୍କ କବଳରୁ ବିଦେଶୀ ପକ୍ଷୀକୁ ଉଦ୍ଧାର କରିଥିଲେ।

ଏନେଇ ଚାଷୀ ଜଣଙ୍କ ଗାଁର କିଛି ଲୋକଙ୍କୁ ସେ ବିଦେଶୀ ପକ୍ଷୀକୁ ନେଇ ଦେଖାଇଥିଲେ। ଗାଁ ଲୋକମାନେ ମିଳିତ ଭାବେ ସେ ବିଦେଶୀ ପକ୍ଷୀକୁ ଧରି ବନ ବିଭାଗ କାର୍ଯ୍ୟାଳକୁ ଯାଇଥିଲେ।

Advertisment

ପରେ ବଣାଇଁ ବନ ବିଭାଗ ଫରେଷ୍ଟର ଉପସ୍ଥିତ ରହି ବିଦେଶୀ ପକ୍ଷୀକୁ ଉଦ୍ଧାର କରି ଚିକିତ୍ସା ଲାଗି ପଠାଇ ଥିଲେ। ଏହା ଏକ ବିଦେଶୀ ପକ୍ଷୀ ଗୃପ୍‌ରୁ ଅଲଗା ହୋଇ ଯାଇ ବର୍ଷାରେ ମାଡ଼ ହୋଇ ତଳେ ପଡ଼ିଯାଇଥିବା ଅନୁମାନ କରାଯାଇଛି ବୋଲି ବନ ବିଭାଗ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe