ପାରାଦୀପରେ ଚାଲିଥିଲା ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି। ଭିତରଗଡ଼ ବସ୍ତିରେ ଚାଲିଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢ଼ାଉ କରିଛନ୍ତି।
ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା। ପ୍ରସ୍ତୁତ ହେଉଥିଲା ନିମ୍ନମାନର ଆଇସ୍କ୍ରିମ। ଅମଲଭିଟା ନାଁରେ ଆଇସ୍କ୍ରିମ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସ୍କ୍ରିମ ତିଆରି ପାଇଁ ଉଦ୍ଦିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଓ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା।
Also Read
ଚଢ଼ାଉ ବେଳେ ଏସବୁ ଦେଖିବାକୁ ପାଇଥିଲେ ଖାଦ୍ୟ ନିରାପତ୍ତା ଅଧିକାରୀ। ଭିତରଗଡ଼ ପରେ ପାରାଦୀପ ବେଳାଭୂମିରେ ପଡ଼ିଥିବା ବାଣିଜ୍ୟ ମେଳାରେ ଖାଦ୍ୟ ଷ୍ଟଲ ଗୁଡ଼ିକରେ ଅଧିକାରୀମାନେ ଯାଞ୍ଚ କରିଥିଲେ। ନିମ୍ନମାନର ଫୁଡ କଲର୍ ବ୍ୟବହାର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଦେଖି ଦୋକାନୀମାନଙ୍କୁ ତାଗିଦ କରିଥିଲେ ଫୁଡ ଇନ୍ସପେକ୍ଟର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗାଡ଼କଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ପରସାଗଲା କ୍ଷୀରି
ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ନିଜ ଜନ୍ମ ଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ କ୍ଷିରୀ ଖାଇଛନ୍ତି ମୋଦି।
Miscellaneous
ଫୁଲୁଛି ସୁବର୍ଣ୍ଣରେଖା; ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍
ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି।
Miscellaneous
ଆସନ୍ତାକାଲି ସବୁ ବ୍ଲକରେ ସୁଭଦ୍ରା ସଭା: ଖର୍ଚ୍ଚ ପାଇଁ ଦେଲେ ୫ଲକ୍ଷ ଟଙ୍କା
ବ୍ଲକସ୍ତରରେ ‘ସୁଭଦ୍ରା ଯୋଜନା’ର ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଏଚଜି ମହିଳା ସଦସ୍ୟା,ଆଶା କର୍ମୀ, ସୁଭଦ୍ରା ହିତାଧିକାରୀ ଓ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ସଭା କରିବାକୁ ବିଡିଓମାନଙ୍କୁ କୁହାଯାଇଛି ।
Miscellaneous
ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟେ ଯାଇନି, ସୁଭଦ୍ରା ଟଙ୍କା ପାଇବେ ତ ?
ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି।
Miscellaneous
ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜିକରଣ; ଆସନ୍ତାକାଲି ଯିବ ପ୍ରଥମ କିସ୍ତି, ପର୍ଯ୍ୟାୟକ୍ରମେ ଅନ୍ୟମାନେ ପାଇବେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ।