Advertisment

ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢ଼ଉ

ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା। ପ୍ରସ୍ତୁତ ହେଉଥିଲା ନିମ୍ନମାନର ଆଇସକ୍ରିମ। ଅମଲଭିଟା ନାଁରେ ଆଇସକ୍ରିମ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ।

ice cream factor

ice cream factor

Advertisment

ପାରାଦୀପରେ ଚାଲିଥିଲା ବେଆଇନ ଆଇସ୍କ୍ରିମ ଫ୍ୟାକ୍ଟ୍ରି। ଭିତରଗଡ଼ ବସ୍ତିରେ ଚାଲିଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢ଼ାଉ କରିଛନ୍ତି।

Advertisment

ବିନା ଲାଇସେନ୍ସ ଓ ବିନା ଆବଶ୍ୟକ କାଗଜପତ୍ରରେ ଦୀର୍ଘ ଦିନରୁ ସେଠାରେ ଫ୍ୟାକ୍ଟ୍ରି ଚାଲିଥିଲା। ପ୍ରସ୍ତୁତ ହେଉଥିଲା ନିମ୍ନମାନର ଆଇସ୍କ୍ରିମ। ଅମଲଭିଟା ନାଁରେ ଆଇସ୍କ୍ରିମ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସ୍କ୍ରିମ ତିଆରି ପାଇଁ ଉଦ୍ଦିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଓ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା।

ଚଢ଼ାଉ ବେଳେ ଏସବୁ ଦେଖିବାକୁ ପାଇଥିଲେ ଖାଦ୍ୟ ନିରାପତ୍ତା ଅଧିକାରୀ। ଭିତରଗଡ଼ ପରେ ପାରାଦୀପ ବେଳାଭୂମିରେ ପଡ଼ିଥିବା ବାଣିଜ୍ୟ ମେଳାରେ ଖାଦ୍ୟ ଷ୍ଟଲ ଗୁଡ଼ିକରେ ଅଧିକାରୀମାନେ ଯାଞ୍ଚ କରିଥିଲେ। ନିମ୍ନମାନର ଫୁଡ କଲର୍ ବ୍ୟବହାର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଦେଖି ଦୋକାନୀମାନଙ୍କୁ ତାଗିଦ କରିଥିଲେ ଫୁଡ ଇନ୍ସପେକ୍ଟର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe