village people
ଅଜଣା ରୋଗରେ ଜଣେ ଶିଶୁ ମୃତ। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଅଜଣା ରୋଗର ଭୟ। ମୃତ ଶିଶୁ ହେଲେ ରାଜେଶ୍ବରୀ ମାଉକା।
Advertisment
ବିଚଳଚୁଆଁ ଗାଁର ଅଜେନ୍ଦ୍ର ମାଉକାଙ୍କ ଝିଅ ରାଜେଶ୍ୱରୀ ମାଉକା (୩)। ରାଜେଶ୍ବରୀଙ୍କୁ ଗତକାଲି ସକାଳେ ଥଣ୍ଡା ଜ୍ବର ହୋଇଥିଲା। ରାତିରେ ଜ୍ବର ଅଧିକ ବଢିବାରୁ ଘରଲୋକ ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ରାଜେଶ୍ବରୀଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ପରିବାର କହିଛନ୍ତି, ପ୍ରଥମେ ରାଜେଶ୍ବରୀଙ୍କୁ ଅଳ୍ପଜ୍ବର ହୋଇଥିଲା। ଜର ନଛାଡ଼ଇବାରୁ ଆମେ ତାକୁ ମେଡିକାଲକୁ ନେଇଥିଲୁ। ହେଲେ ସେଠାରେ କେଉଁ କାରଣରୁ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି ତାହା ଆମେ ଜଣିନୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
