Advertisment

କୋଟିଆରେ ଆନ୍ଧ୍ର ସଭା କଲା, କିଟ୍‌ ବାଣ୍ଟିଲା

ସୀମାରେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଜଗିଛନ୍ତି। ଏହା ସତ୍ତ୍ୱେ ଆଜି ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ କୋଟିଆରେ ପ୍ରବେଶ କରିଛନ୍ତି। ଆଉ ନେରିଡିବାଳସାରେ ସଭା ଆୟୋଜନ କରିଛନ୍ତି।

Koraput

Kotia

Advertisment

କୋଟିଆରେ ସଭା କଲେ ଓ କିଟ୍‌ ବାଣ୍ଟିଲା ଆନ୍ଧ୍ରପ୍ରଦେଶ। ଏଥିସହ ଆନ୍ଧ୍ରର ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କଲେ। ହେଲେ ଏ ସମ୍ପର୍କରେ କୋରାପୁଟ ଜିଲ୍ଲା ପ୍ରଶାସନ ଜାଣିପାରିଲା ନାହିଁ।

Advertisment

ସୀମାରେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଜଗିଛନ୍ତି। ଏହା ସତ୍ତ୍ୱେ ଆଜି ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ କୋଟିଆରେ ପ୍ରବେଶ କରିଛନ୍ତି। ଆଉ ନେରିଡିବାଳସାରେ ସଭା ଆୟୋଜନ କରିଛନ୍ତି। ସଭାରେ ଗଞ୍ଜେଇପଦର, କୋଟିଆ, ସେମ୍ବୀ, ଧୂଳିପଦର ପ୍ରଭୁତି ଗାଁର ଲୋକମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜାଗନାନା ସୁରକ୍ଷା ଯୋଜନା ସମ୍ପର୍କରେ ଅଧିକାରୀମାନେ ଗାଁ ଲୋକଙ୍କୁ ବୁଝାଇଥିଲେ। ଏହି ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ କେମିତି ପୁଣିଥରେ ସାମିଲ କରାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ। ସଭାରେ ସାଲୁର ଏମ୍‌ପିଡିଓ ରମା ଦେବୀ ଯୋଗଦେଇ ଲୋକଙ୍କୁ ମେଡ଼ିକାଲ୍‌ କିଟ୍‌ ବାଣ୍ଟି ଥିଲେ।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା

Kotia Issue Kotia Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe