Advertisment

ଓଡ଼ିଶାରେ ପଶି ରାଜ୍ୟ ସରକାରଙ୍କ ବୋର୍ଡକୁ ଉପାଡ଼ି ଫିଙ୍ଗି ଦେଲା ଆନ୍ଧ୍ର

ଦୀର୍ଘବର୍ଷ ଧରି ଜଲାପୁଟ ଜଳଭଣ୍ଡାର ନିକଟରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା ଲଗାଯାଇଥିବା ଜଳଭଣ୍ଡାର ସୁରକ୍ଷା ସୂଚନା ବୋର୍ଡ ଓ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ବୋର୍ଡକୁ ଆନ୍ଧ୍ର ମୁଚିମପୁଟ ବ୍ଲକ୍‌ ଓ ତହସିଲର ଅଧିକାରୀ ଏବଂ ଜନପ୍ରତିନିଧି ଉପାଡ଼ି ଫିଙ୍ଗି ଦେଇଛନ୍ତି

Kotia

Koraput

Advertisment

ଥମୁନି ଆନ୍ଧ୍ରର ଦାଦାଗିରି। ଶେଷରେ ଓଡ଼ିଶା ସୀମାରେ ପଶି ରାଜ୍ୟ ସରକାରଙ୍କ ବୋର୍ଡକୁ ଉପାଡ଼ି ଫିଙ୍ଗିଦେଇଛି ଆନ୍ଧ୍ର। କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଜଲାପୁଟ ସ୍ଥିତ ମୁଖ୍ୟ ଜଳଭଣ୍ଡାର ନିକଟରେ ଆନ୍ଧ୍ର ଅଧିକାରୀ ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।

Advertisment

ଦୀର୍ଘବର୍ଷ ଧରି ଜଲାପୁଟ ଜଳଭଣ୍ଡାର ନିକଟରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା ଲଗାଯାଇଥିବା ଜଳଭଣ୍ଡାର ସୁରକ୍ଷା ସୂଚନା ବୋର୍ଡ ଓ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ବୋର୍ଡକୁ ଆନ୍ଧ୍ର ମୁଚିମପୁଟ ବ୍ଲକ୍‌ ଓ ତହସିଲର ଅଧିକାରୀ ଏବଂ ଜନପ୍ରତିନିଧି ଉପାଡ଼ି ଫିଙ୍ଗି ଦେଇଛନ୍ତି l ଖାଲି ସେତିକି ନୁହେଁ ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଡ୍ୟାମ୍‌ ପାଖରେ ଲାଗିଥିବା ସ୍ୱାଗତଂ ବୋର୍ଡକୁ ମଧ୍ୟ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ନନ୍ଦପୁର ତହସିଲଦାର ଓ ବିଡିଓଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାର ଅନୁଧ୍ୟାନ କରିଛନ୍ତି।

ସେପଟେ ବିଜେପି ନେତା ଗୌତମ ସାମନ୍ତରାୟ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଁଚି ବୋର୍ଡକୁ ପୁଣି ଲଗାଇଛନ୍ତି। ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ମିଳିତ ଜଳ ଭଣ୍ଡାର ହେଉଛି ଜଲାପୁଟ। ଦୀର୍ଘବର୍ଷ ଧରି ଉଭୟ ରାଜ୍ୟ ଏହାର ତତ୍ତ୍ୱବଧାନ କରନ୍ତି। କିନ୍ତୁ ଏବେ ଆନ୍ଧ୍ର ଏହାକୁ ସମ୍ପୂର୍ଣ୍ଣ ନିଜର ବୋଲି ହକ ଜାହିର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆସିଛି।

Advertisment

ତେବେ ଏନେଇ ଆନ୍ଧ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Andhra Pradesh Kotia Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe