Advertisment

ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବେ ଅଙ୍ଗନବାଡ଼ି କର୍ମୀ

ଜିଲ୍ଲାର ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପ୍ରାଥମିକ ସ୍କୁଲ ପରିସରରେ ଅଛି, ସେଗୁଡ଼ିକର ଅଙ୍ଗନବାଡ଼ି କର୍ମୀମାନେ ସ୍କୁଲଗୁଡ଼ିକର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କଥା ବୁଝିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Mid Day Meal

Mid Day Meal

ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକର ଶିକ୍ଷକମାନେ ଆନ୍ଦୋଳନରେ ବସିଥିବା ଯୋଗୁ ପାଠପଢ଼ା ସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା କରିଛନ୍ତି ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ। ଜିଲ୍ଲାର ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପ୍ରାଥମିକ ସ୍କୁଲ ପରିସରରେ ଅଛି, ସେଗୁଡ଼ିକର ଅଙ୍ଗନବାଡ଼ି କର୍ମୀମାନେ ସ୍କୁଲଗୁଡ଼ିକର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କଥା ବୁଝିବେ।

Advertisment

ଡିଇଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଅନେକ ଅଙ୍ଗନବାଡ଼ି କେନ୍ଦ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ସ୍କୁଲ ପରିସରରେ ଚାଲୁଛି। ସେହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପ୍ରଭାବିତ ସ୍କୁଲ ଗୁଡ଼ିକୁ ଖୋଲିବାକୁ ତଥା ଉପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ।

Midday Meal Anganwadi Workers Anganwadi Center