Advertisment

ଅଙ୍ଗନବାଡି କେନ୍ଦ୍ରରେ ଶିଶୁ, ତାଲା ପକାଇ ପଳାଇଗଲେ ଦିଦି

ଅଙ୍ଗନବାଡି ଦିଦିଙ୍କ ଦାୟିତ୍ୱହୀନତା ଯୋଗୁ ଏକ ଶିଶୁର ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଗ୍ରାମବାସୀ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

author-image
Manoranjan Sial
Anganwadi Centre

Anganwadi Centre

ଅଙ୍ଗନବାଡି ଘରେ ଶିଶୁକୁ ତାଲା ପକାଇଦେଲେ ଅଙ୍ଗନବାଡି ଦିଦି ଓ ପାଚିକା। ପ୍ରାୟ ୨ ଘଣ୍ଟା ପରେ ତାଲା ଭାଙ୍ଗି ଅଙ୍ଗନବାଡି ଭିତରୁ ଶିଶୁକୁ ଉଦ୍ଧାର କଲେ ଗାଁ ଲୋକେ। ଆଜି ଏପରି ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ଦେବଭୂମି ଗାଁରେ ଘଟିଛି।

Advertisment

ଦେବଭୂମି ପଞ୍ଚାୟତ ନୀଳକଣ୍ଠପୁର ଗାଁର ନରେଶ ପ୍ରଧାନଙ୍କର ୩ ବର୍ଷର ଝିଅ ଶନିବାର ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢିବା ପାଇଁ ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ପରେ ନରେଶ ଗାଁରେ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ଝିଅକୁ ପାଇନଥିଲେ। ପରେ ଅଙ୍ଗନବାଡି କେନ୍ଦ୍ରର ବାରଣ୍ଡାରେ ଯାଇ ବସିଥିଲେ। ସେହି ସମୟରେ ଘର ଭିତରୁ ଶବ୍ଦ ଶୁଭିବାରୁ କବାଟ ତାଲା ଭାଙ୍ଗି ଝିଅକୁ ଉଦ୍ଧାର କରିଥିଲେ।

ଅଙ୍ଗନବାଡି ଦିଦିଙ୍କ ଦାୟିତ୍ୱହୀନତା ଯୋଗୁ ଏକ ଶିଶୁର ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଗ୍ରାମବାସୀ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଏନେଇ ଅଙ୍ଗନବାଡି ଦିଦି ସୁକାନ୍ତି ରାଉଳ କହିଛନ୍ତି, ମୁଁ ମିଟିଂ କାର୍ଯ୍ୟରେ ବାହାରକୁ ପଳାଇଥିଲି। ତେଣୁ ସେ ବିଷୟରେ କିଛି ଜାଣିନାହିଁ। ତେବେ ପାଚିକା ଲୀଳାବତୀ ରାଉଳ କହିଛନ୍ତି, ଭୁଲ ହୋଇଯାଇଛି। ଏପରି ଆଉ ହେବ ନାହିଁ ବୋଲି କହିଛନ୍ତି।

Advertisment

ରିପୋର୍ଟ- ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ

Cuttack Anganwadi Center Odisha Anganwadi