Advertisment

ଏଥର ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା; ୨୪ରେ ପାଇବେ ୨୦ ଲକ୍ଷ ମହିଳା

ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

author-image
Niharika Rout
ଅଦ୍ୟତନ ହୋଇଛି
Subhadra

Subhadra

ଆସନ୍ତା ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥର ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡ଼ି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ ବୈଠକ।

Advertisment

ଆସନ୍ତା ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ପୂର୍ବ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ୨୭ ହଜାର ଜଣଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଥିବା ବେଳେ ଏଥର ମିଶିଲେ ଏହି ସଂଖ୍ୟା ୮୦ ଲକ୍ଷ ପାର୍‌ କରିଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Advertisment

ସେ କହିଛନ୍ତି, ଏଯାବତ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି। ନଭେମ୍ବର ୨୪ ତାରିଖ ପରେ ଡିସେମ୍ବର ମାସରେ ଆଉ ଏକ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଏହାପରେ ଜାନୁୟାରୀ ଓ ଫେବୃୟାରୀ ମାସରେ ଯେଉଁମାନେ ଆବେଦନ କରିବେ ସେମାନେ ମାର୍ଚ୍ଚ ୮ ତାରିଖରେ ଏକସଙ୍ଗେ ଦୁଇଟି କିସ୍ତି ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏଥିସହ ଏକାଧିକ ଆକାଉଣ୍ଟ ଯୋଗୁ ସୁଭଦ୍ରା ପାଇବାରୁ ବଞ୍ଚିତ ହୋଇଥିବା ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି। ଫଳରେ ଟଙ୍କା ପହଞ୍ଚିବାରେ ଅସୁବିଧା ହେଉଛି। ଏଥର ଯାହାର ମୋବାଇଲ ନମ୍ବର ସହ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ସହ ଲିଙ୍କ ଥିବ ସେମାନେ ନିହାତି ଭାବେ ଏଥର ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେନି। ସମସ୍ତ ହକଦାରଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

ଗତ ସେପ୍ଟେମ୍ବର ୧୭ ତାରିଖରେ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।

Subhadra Yojana