Advertisment

ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାରେ ଗବୋନରୁ ଫେରୁଛନ୍ତି ଆଉ ୫ ଶ୍ରମିକ

ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନମଣ୍ଡଳୀର ୧୧ ଜଣଙ୍କ ସମେତ ଭଦ୍ରକ- ୨, ଢେଙ୍କାନାଳ- ୧ ଓ ଅନ୍ୟ ରାଜ୍ୟରୁ ୭ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଗବୋନ ଯାଇଥିଲେ।

author-image
Manoranjan Sial
undefined

Baijayant Panda

ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଚଳିତ ମାସ ୨୬ ତାରିଖରେ ୫ ଜଣ ଭାରତ ଫେରିଆସିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡା ଜିଲ୍ଲାର ଆଉ ୫ ଜଣ ଶ୍ରମିକ ଫେରୁଛନ୍ତି। ଅନ୍ୟ ୧୧ ଜଣ ପର୍ଯ୍ୟାୟ କ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି। ଗବୋନରେ ଫସିଥିବା ୨୧ ଜଣ ଶ୍ରମିକଙ୍କୁ ଭାରତ ଫେରାଇ ଆଣିବା ପାଇଁ ଗତ ୧୪ ତାରିଖରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଶ୍ରୀ ପଣ୍ଡା।

Advertisment

ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନମଣ୍ଡଳୀର ୧୧ ଜଣଙ୍କ ସମେତ ଭଦ୍ରକ- ୨, ଢେଙ୍କାନାଳ- ୧ ଓ ଅନ୍ୟ ରାଜ୍ୟରୁ ୭ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଗବୋନ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ଏକ ଭିଡିଓ ବାର୍ତ୍ତାରେ ପରିବାର ଲୋକଙ୍କୁ ଜଣାଇଥିଲେ।

ଉପାୟଶୂନ୍ୟ ହୋଇ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ସେହି ଅନୁରୋଧ କ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସମସ୍ତ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଗବୋନରେ ଫସିଥିବା ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ଅନ୍ୟାନ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ଦୂତାବାସ ସୂଚନା ଅନୁସାରେ ଆଜି କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନ ମଣ୍ଡଳୀର ଶରତ କୁମାର ନାୟକ, ନିରାକାର ସାହୁ, ପ୍ରମୋଦ ଖଟୁଆ, ରବିନ୍ଦ୍ର କୁମାର ମହାନ୍ତି ଓ ବିଚିତ୍ର କୁମାର ବିଶ୍ୱାଳ ଗବୋନରୁ ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି।

Advertisment
Bjp