Advertisment

ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।

Temple

Temple

Advertisment

ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।

Advertisment

ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି। ମାଆଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ପାଇଁ ଆଉ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି ସିଏମ୍।

ଏବେ ୫୦ କୋଟିର ଏଠାରେ କାମ ଚାଲିଛି। ଆଉ ୫୦ କୋଟି ମନ୍ଦିରର ସୌନ୍ଦର୍ଯ୍ୟକରଣରେ ଲାଗିବ। ଏହାସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଘଟଗାଁ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ସେଠୁ ବିଶାଳ ରୋଡ୍ ଶୋ’ରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ପରେ ନିଜେ ଭୋଗ କିଣି ମାଆଙ୍କ ପାଖରେ
ଲାଗି କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ’ ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍। ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ଓ ସାଧାରଣଜନତାଙ୍କ ସହ ଆଲୋଚନା କରିବେ।

Mohan Charan Majhi Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe