ଚାକିରି ଛାଡ଼ିଲେ ଓଡ଼ିଶା କ୍ୟାଡ଼ରର ଆଉ ଜଣେ ଆଇଏଏସ୍

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କର ଇସ୍ତଫା ପତ୍ରକୁ ପିଛିଲା ଭାବେ ଗତ ସପ୍ତାହରେ ମଞ୍ଜୁର କରିଛନ୍ତି।

loka seva bhawan PhotoOR

ଲୋକସେବା ଭବନ

Ordigital Desk
  • Published: Saturday, 28 October 2023
  • Updated: 28 October 2023, 10:36 PM IST

ଓଡ଼ିଶା କ୍ୟାଡ଼ରର ଆଉ ଜଣେ ଆଇଏଏସ୍ ଚାକିରିରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ୨୦୦୯ ବ୍ୟାଚ୍ ଆଇଏଏସ ଭି.ଜୟକୁମାର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କର ଇସ୍ତଫା ପତ୍ରକୁ ପିଛିଲା ଭାବେ ଗତ ସପ୍ତାହରେ ମଞ୍ଜୁର କରିଛନ୍ତି।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୯ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭି.ଜୟକୁମାରଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଅଲଇଣ୍ଡିଆ ସର୍ଭିସ (ଲିଭ୍‌) ରୁଲସ-୧୯୫୫ର ରୁଲସ ୭(୨)(କ)ର ପ୍ରାବଧାନ ଅନୁସାରେ ୨୦୨୦ ଜୁନ୍ ପହିଲାରୁ ତାଙ୍କର ଇସ୍ତଫାକୁ ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Also Read

ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ୨୦୨୩ ଅଗଷ୍ଟ ୧୦ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଚିଠି ଲେଖି ଜୟକୁମାରଙ୍କ ଇସ୍ତଫା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଜୟକୁମାର କୋରାପୁଟ ଜିଲ୍ଲାପାଳ ଥିବାବେଳେ ୧୧ଜଣ କର୍ମଚାରୀଙ୍କୁ ନିଲମ୍ବନ କରି ବିବାଦୀୟ ହୋଇପଡ଼ିଥିଲେ । କର୍ମଚାରୀଙ୍କ ଏଭଳି ନିଲମ୍ବନ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଦାନା ବାନ୍ଧିବା ପରେ ସରକାର ତାଙ୍କୁ ସଚିବାଳୟକୁ ବଦଳି କରିଥିଲେ । ସେ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ।

ମାତ୍ର ୨୦୨୦ ମେ’ ମାସରେ ସେ ଆଇଏଏସ୍ ଚାକିରି ଛାଡ଼ିବା ପାଇଁ ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ । ଯାହାକୁ ଏବେ ଅନୁମୋଦନ ମିଳିଛି । ସେବେଠୁ ଶ୍ରୀ ଜୟକୁମାର ଛୁଟିରେ ପଳାଇଥିଲେ । ଶ୍ରୀ ଜୟକୁମାର ନୂଆପଡ଼ା ଓ କୋରାପୁଟ ଜିଲ୍ଲାପାଳ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ ।

ସୂଚନାଯୋଗ୍ୟ, ଚଳିତମାସରେ ଓଡ଼ିଶା କ୍ୟାଡ଼ରର ୨୦୦୦ ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story