Advertisment

ମୁକୁଳା ଡ୍ରେନ୍‌ରେ ପଡ଼ି ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ ପି.ନରସିଂହା ଓ ଅନ୍ୟ ଜଣେ ବାରପଥର ଅଞ୍ଚଳରେ ଥିବା ମୁକୁଳା ଡ୍ରେନ ପାଖରେ ସଫେଇ କରୁଥିଲେ। ସେତେବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

କଟକରେ ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଗଲା। କାମ କରୁଥିବା ବେଳେ ଗୋଡ଼ ଖସି ଯିବାରୁ ନର୍ଦ୍ଦମା ପାଣିରେ ବୁଡ଼ି ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment

ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ ପି.ନରସିଂହା ଓ ଅନ୍ୟ ଜଣେ ବାରପଥର ଅଞ୍ଚଳରେ ଥିବା ବକ୍ସ ଡ୍ରେନରେ ସଫେଇ କରୁଥିଲେ। ସେତେବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଡ୍ରେନ୍‌ରେ ଗଳି ପଡ଼ିଥିଲେ। ଡ୍ରେନ୍‌ରେ ଥିବା ନର୍ଦ୍ଦମା ପାଣିରେ ବୁଡ଼ି ଯାଇଥିଲେ। ଡ୍ରେନ୍‌ରେ ପଙ୍କ ଥିବାରୁ ନରସିଂହା ବାହାରି ପାରିନଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବାହାର କରିପାରିନଥିଲେ। ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ୍‌କୁ ପଠାଇ ଦେଇଛି। ଜାଇକା କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲ୍‌ ନୀତି ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ କଟକରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି। ଏଥିସହ ଜାଇକା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖବର ପାଇ କମିଶନରେଟ୍‌ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। 

Advertisment

ଗତ ରବିବାର ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। କଟକ ଝୋଲା ସାହି ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ମୃତ ଯୁବକ ରାଜସ୍ଥାନର ରାହୁଲ। ସେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ଏକ ଚା’ ଦୋକାନକୁ ଗଲା ବେଳେ ଗୋଡ଼ଖସି ଡ୍ରେନ୍ ଭିତରେ ପଡି ଯାଇଥିଲେ। ମୃତ ରାହୁଲଙ୍କ ବାପାଙ୍କ ପକ୍ଷରୁ ଏନେଇ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

Cmc Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe