Advertisment

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଲେ

ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ପୂର୍ବରୁ ୨ ଜଣ ଏତଲାକାରୀ ଏହି ମାମଲାରୁ ଓହରି ଯାଇଥିଲେ।

author-image
Debadatta Aryashrestha
Pradeep Panigrahy (File Photo)

Pradeep Panigrahy (File Photo)

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରୁ ଓହରିଲେ ଆଉ ୩ ଏତଲାକାରୀ। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଛନ୍ତି। ପ୍ରଦୀପ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର JMFC କୋର୍ଟରେ ଏମାନେ କହିଛନ୍ତି। ପୂର୍ବରୁ ଆଉ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି। ଅର୍ଥାତ ସମସ୍ତ ୫ ଅଭିଯୋଗକାରୀ ଏବେ ଏହି ମାମଲାରୁ ଓହରି ଯାଇଛନ୍ତି।

Advertisment

ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ଗତ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ କହିଥିବା ପ୍ରଦୀପଙ୍କ ଓକିଲ କହିଥିଲେ। ଆଜିର ବୟାନରେ ଆଇଜି ସେମାନଙ୍କୁ ପୁଲିସ ଭୟ ଦେଖାଇ ଏତଲା ଦେବାକୁ ବାଧ୍ୟ କରିଥିଲେ ବୋଲି କୋର୍ଟରେ ପ୍ରଦୀପଙ୍କ ଓକିଲ କହିଛନ୍ତି। ସେପଟେ ମାମଲା ଚାଲିଥିବାରୁ କିଛି କହିବା ଠିକ୍ ନାହିଁ ବୋଲି କହିଛନ୍ତି ପ୍ରଦୀପ।

ସୂଚନା ଥାଉ, ପ୍ରଦୀପ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଆକାଶ ପାଠକ(ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ତୋଷାରପାତ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ଏମାନଙ୍କୁ ଗିରଫ ମଧ୍ୟ କରିଥିଲା।

Advertisment
Bjp Akash Pathak Pradeep Kumar Panigrahy Tata Motors Tata Motors Job Fraud