Advertisment

ଶିମିଳିପାଳକୁ ଆସିବ ଆଉ ଏକ ମହାବଳ; ମହାରାଷ୍ଟ୍ର ଗଲା ଟିମ୍

ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ।

ଅଦ୍ୟତନ ହୋଇଛି
Tiger

Tiger

Advertisment

ପୁଣି ଶିମିଳିପାଳକୁ ଆସିବ ମହାବଳ। ଦ୍ୱିତୀୟ ପର୍ଯ୍ୟାୟ ବାଘୁଣୀକୁ ଆଣିବା ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଛି। ସେମାନେ ତଡବା ଜଙ୍ଗଲରେ ରହି ମହାବଳର ଅନୁଧ୍ୟାନ କରିବେ। ଆସନ୍ତା ସପ୍ତାହରେ ମହାବଳ ବାଘୁଣୀକୁ ଶିମିଳିପାଳ ଅଣାଯିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ବାରହା ଶିକାର କରି ଖାଇଥିଲା ଯମୁନା।

ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ। ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ। ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Advertisment
Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe