Advertisment

୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ

ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।

ANTS

ANTS

Advertisment

ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏପରି ଏକ ଘଟଣା ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଦେଖିବାକୁ ମିଳିଛି।

Advertisment

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଗରୁ କେବେ ଏଭଳି ପିମ୍ପୁଡି ଦେଖିବାକୁ ମିଳୁ ନଥିଲା। ଏବେ ଗତ ୬ ମାସ ହେଲା ଯୁଆଡ଼େ ଦେଖିବ ସିଆଡ଼େ ପିମ୍ପୁଡ଼ି। ଏହି ପିମ୍ପୁଡି ଯୋଗୁ ଘରେ ରହିବା କଷ୍ଟକର ହୋଇ ପଡ଼ୁଛି। ପିଇବା ପାଣିଠୁ ଧରି ରୋଷେଇ ଘର ପର୍ଯ୍ୟନ୍ତ ସବୁଆଡେ ପିମ୍ପୁଡି ସାଲୁବାଲୁ। ଘରେ ରୋଷେଇ ହୋଇ ପାରୁ ନ ଥିବା ବେଳେ ଅଦା ସମୟ ଲୋକେ ଉପାସରେ ରହୁଛନ୍ତି।

ପିମ୍ପୁଡିମାନେ ଚାରିଆଡ଼େ ସାଲୁବାଲୁ ହେବା ସହ କାମୁଡ଼ି ପକାଉଛନ୍ତି। ଫଳରେ କୁଣ୍ଡେଇ ହୋଇ ଦେହରେ ଫଳି ଯାଉଛି। ପିମ୍ପୁଡିଙ୍କ ପ୍ରାଦୁର୍ଭାବରୁ ଗୁହାଳରେ ଗାଈଗୋରୁ ରହିବା ମଧ୍ୟ କଷ୍ଟକର ହୋଇପଡିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏନେଇ ଗ୍ରାମର ମହିଳାମାନେ କହିଛନ୍ତି, ୬ ମାସ ହେଲା ପିମ୍ପୁଡ଼ିମାନେ ଆମ ବଞ୍ଚିବା କଷ୍ଟକର କରି ଦେଇଛନ୍ତି। ଆମେ ଘରେ ରହି ପାରୁନି କି ଘର ଛାଡ଼ି କୁଆଡ଼େ ଯାଇ ପାରୁନୁ। ଶାନ୍ତିରେ ମୁଠେ ଖାଇବି ପାରୁନି। ଖାଇବାଠୁ ଆରମ୍ଭ କରି ପିଇବା ପାଣି ସବୁଥିରେ ପିମ୍ପୁଡ଼ି। ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ। 

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe