Advertisment

ପୁଣି ବାପା ହେଲେ ବିରାଟ କୋହଲି

ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି।

author-image
Hemant Lenka
Virat

Virat

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ବାପା ହୋଇଛନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜେ ବିରାଟ ପୂରା ବିଶ୍ୱକୁ ଜଣାଇଛନ୍ତି। ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।

Advertisment

ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି। ଏଥିରେ ବିରୁଷ୍କା କହିଛନ୍ତି ଯେ ପୁତ୍ର ସନ୍ତାନର ଜନ୍ମ ଫେବୃଆରୀ ୧୫ରେ ହୋଇଥିଲା। ବର୍ତ୍ତମାନ ସମୟରେ ଫ୍ୟାନ୍ସଙ୍କୁ ସେମାନେ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି।

ବିରୁଷ୍କା କହିଛନ୍ତି, ଅତ୍ୟନ୍ତ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛୁ ଯେ ଫେବୃଆରୀ ୧୫ରେ ଆମେ ଆମର ପୁତ୍ର ସନ୍ତାନ ଅକାୟ ଓ ଭାମିକାର ସାନ ଭାଇକୁ ଏ ପୃଥିବୀକୁ ସ୍ୱାଗତ କରିଛୁ। ଏହି ସୁନ୍ଦର ସମୟରେ ଆମେ ଆପଣମାନଙ୍କ ଆଶୀର୍ବାଦ ଓ ଶୁଭକାମନା ଚାହୁଁଛୁ। ଏହି ସମୟରେ ଆପଣମାନେ ଆମର ଗୋପନୀୟତାକୁ ସମ୍ମାନ କରିବେ ବୋଲି ଅନୁରୋଧ କରୁଛୁ।

Advertisment

ସୋଶାଲ ମିଡିଆରେ ବିରୁଷ୍କା ଏପରି ପୋଷ୍ଟ କରିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ। ୨୦୨୧ ମସିହା ଜାନୁଆରୀ ୧୧ରେ ଅନୁଷ୍କା ପ୍ରଥମେ କନ୍ୟା ସନ୍ତାନ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ ୨୦୨୪ ଫେବୃଆରୀ ୧୫ରେ ଅକାୟ ଜନ୍ମ ହୋଇଛନ୍ତି।

କନ୍ୟା ସନ୍ତାନ ଜନ୍ମ ବେଳେ ବିରାଟ ଅଷ୍ଟ୍ରେଲିଆରେ ରହିଥିଲେ। ଏହି ଖୁସି ଖବର ପାଇବା ମାତ୍ରେ ସେ ସିରଜ ଅଧାରୁ ସ୍ୱଦେଶ ଫେରିଥିଲେ। ଏବେ ପୁତ୍ର ସନ୍ତାନ ଜନ୍ମ ହେବା ପୂର୍ବରୁ ବିରାଟ ଇଂଲଣ୍ଡ ବିପକ୍ଷ ସିରିଜରୁ ଛୁଟି ନେଇଥିଲେ। ସେ ଅନୁଷ୍କାଙ୍କ ସହ ସମୟ ବିତାଇବା ଇଂଲଣ୍ଡ ସିରିଜରୁ ନିଜକୁ ଦୂରେଇ ରଖିଛନ୍ତି।

Virat Kohli Anushka Sharma