Advertisment

କେବେ ଲୋକାର୍ପିତ ହେବ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନ? ସମୀକ୍ଷା କଲେ ଅପରାଜିତା

ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀର ଉନ୍ନୟତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ରେଳ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

BJP

BJP

Advertisment

ରେଳ ଷ୍ଟେସନ୍‌ରେ ମିଳିବ ଏୟାପୋର୍ଟର ସୁବିଧା! ଯେଉଁଥିପାଇଁ ନୂଆ ରୂପ ନେଉଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନ୍‌। ଯାହାର ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅଗଷ୍ଟ ସୁଦ୍ଧା ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଲୋକାର୍ପିତ ହୋଇପାରେ ବୋଲି ସାଂସଦ ଆଶାବ୍ୟକ୍ତ କରିଛନ୍ତି।

Advertisment

ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀର ଉନ୍ନୟତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ରେଳ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟରେ ନବୀକରଣ କାର୍ଯ୍ୟ ସାରିବାକୁ ସମସ୍ତ ଅଧିକାରୀଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଖୁବ୍‌ ପ୍ରଶଂସା କରିଛନ୍ତି ସାଂସଦ।

ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ, ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ରହି ସେମାଙ୍କର ଭୂମିକାକୁ ସଠିକ ଭାବରେ ନିଭାଉଛନ୍ତି। ଯାହାର ଖୁବ୍‌ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ସାଂସଦ। ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ ୧୨ ଏକରରୁ ଅଧିକ ଜମି ପ୍ରଦାନ କରିଛି। ତେବେ ଆଉ ୧ ଏକର ୨୩ ଡିସିମିଲ ଜମି ଆବଶ୍ୟକ ଥିବା ବିଡିଏକୁ ନିବେଦନ କରିଛି ଇଷ୍ଟକୋଷ୍ଟ ରେଲଓ୍ୱେ। ତାହା ମଧ୍ୟ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ରେଳ ଷ୍ଟେସନକୁ ସଂଯୋଗ କରିବା ପାଇଁ ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି।। ତେବେ ବିଡିଏ ଓ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଠା କରିବେ ବୋଲି କହିଛନ୍ତି ଅପରାଜିତା।

Advertisment

ସାଂସଦ ଷଡଙ୍ଗୀ ଆହୁରି କହିଛନ୍ତି, ୨୦୨୩ ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ। ଯେଉଁଥିଲାଗି ୪୧୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ସରିଲାଣି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଏଠାରେ ଯାତ୍ରୀ ସଂଖ୍ୟା ବଢ଼ିବ। ଭୁବନେଶ୍ୱର ରେଳ ଷ୍ଟେସନ ବର୍ତ୍ତମାନ ଦୈନିକ ୭୦ରୁ ୮୦ ହଜାର ଲୋକଙ୍କୁ ସେବା ଯୋଗାଉଛି। ଆଗକୁ ଏହାର କ୍ଷମତା ଲକ୍ଷେ ୪୪ ହଜାରକୁ ବୃଦ୍ଧି ପାଇବ। ବିଭିନ୍ନ ପ୍ରକାରର ଫୁଡ୍‌ କୋର୍ଟ, ସପିଂ ମଲ୍‌, ଦୋକାନ ବଜାର ସ୍ଥାପନ ଦ୍ୱାରା ଯାତ୍ରୀମାନେ ଏଠାରେ ଅତ୍ୟାଧୁନିକ ସେବାମାନ ପାଇପାରିବେ। ତା’ସହ ରେଳ ଷ୍ଟେସନର କାନ୍ଥସବୁ ଓଡ଼ିଶାର ଉନ୍ନତ କଳା ସଂସ୍କୃତିକୁ ବଖାଣିବ। ଆଗକୁ ମଧ୍ୟ ମଝିରେ ମଝିରେ ଏମିତି ସମୀକ୍ଷା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Bhubaneswar Bhubaneswar News Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe