Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ, ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ୍ ଜେନେରାଲ୍

ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, କୌଣସି କାରଣ ବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନ ହେଲେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬ର ଉପଧାରା ୧୦ ଅନୁସାରେ ଅନ୍ୟ ସାର୍ବଜନୀନ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି ।

Utkal University

Utkal University

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି ରାଜ୍ୟପାଳ। ଏନେଇ ଓଡିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ। ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ ଭିସିଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇ ଦାୟର ହୋଇଥିବା ମାମଲାରେ ଆଡଭୋକେଟ ଜେନେରାଲ ଏହା ଅବଗତ କରାଇଛନ୍ତି। 

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଗତ ୨୩ ନଭେମ୍ବର, ୨୦୨୪ରେ ସମ୍ପୂର୍ଣ୍ଣ ହେବା ପରେ କୁଳାଧିପତି (ଚାନସେଲର) ତାଙ୍କ କାର୍ଯ୍ୟକାଳକୁ ଛଅ ମାସ ବୃଦ୍ଧି କରିଥିଲେ। ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ୨୩ ମେ’ ୨୦୨୫ରେ ସମାପ୍ତ ହୋଇଥିଲା। ତା’ପରେ କୁଳାଧିପତି ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବରେ ୨୭ ମେ’ ୨୦୨୫ରେ ନିଯୁକ୍ତି ଦେଇଥିଲେ। ଏହାକୁ ବେଆଇନ ଦର୍ଶାଇ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ ଏନେଇ ମାମଲା ରୁଜୁ କରାଯାଇଥିଲା। କୋର୍ଟ ଏହି ମାମଲାକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ।

ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, କୌଣସି କାରଣ ବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନ ହେଲେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬ର ଉପଧାରା ୧୦ ଅନୁସାରେ ଅନ୍ୟ ସାର୍ବଜନୀନ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି । ତେଣୁ କୁଳାଧିପତିଙ୍କ ଦ୍ଵାରା ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦିଆଯିବା ବେଆଇନ ବୋଲି ସେ ଅଭିଯୋଗ କରିଥିଲେ।

Advertisment
Odisha Highcourt Utkal University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe