Advertisment

ଭୁବନେଶ୍ୱର ଉତ୍ତରରୁ ଲଢ଼ିବେ ଅର୍ଚ୍ଚନା ନାଗ!

ବିବାଦରେ ଫସିବା ପରେ ଜେଲ ଯାଇଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଦୀର୍ଘ ସମୟ ଧରି ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟି ଥିଲେ। ଜେଲରେ ରହି ଓକିଲାତି ପାଠ ପଢ଼ିଲେ।

Archana Nag

Archana Nag

Advertisment

ଅର୍ଚ୍ଚନା ନାଗ। ଦିନେ ଏହି ନାଁ ବହୁ ଚର୍ଚ୍ଚାରେ ଥିଲା। ସେକ୍ସ ସ୍କାଣ୍ଡାଲ୍‌ଠାରୁ ଆରମ୍ଭ କରି ବଟି ଆଦାୟ ପର୍ଯ୍ୟନ୍ତ କେତେ କ’ଣ ବଦନାମ ମୁଣ୍ଡାଇ ଥିଲେ ଅର୍ଚ୍ଚନା ନାଗ। ଏପରିକି ଜେଲ୍‌ ମଧ୍ୟ ଯାଇଥିଲେ। ଏବେ ସେ ବେଲ୍‌ରେ ଜେଲ୍‌ରୁ ବାହାରିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ସମାଜସେବାରେ ଲାଗି ପଡ଼ିଛନ୍ତି। ଶୁଣିବାକୁ ମିଳୁଛି, କଳଙ୍କ ଲିଭାଇବା ପାଇଁ ସେ ସମାଜସେବାକୁ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ଆଉ ତାହାରି ମାଧ୍ୟମରେ ଲୋକଙ୍କ ମନରେ ଘର କରିବାକୁ ଚାହୁଁଛନ୍ତି। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଆଉ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ବିରୋଧରେ ଲଢ଼ିବେ। ତେବେ କେଉଁ ଦଳରୁ ସେ ଲଢ଼ିବେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

Advertisment

ବିବାଦରେ ଫସିବା ପରେ ଜେଲ ଯାଇଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଦୀର୍ଘ ସମୟ ଧରି ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟି ଥିଲେ। ଜେଲରେ ରହି ଓକିଲାତି ପାଠ ପଢ଼ିଲେ। ହାଇକୋର୍ଟରୁ ବେଲ୍‌ ପାଇବା ପରେ ଆଗ ପଛ ହୋଇ ଜେଲ୍‌ରୁ ବାହାରିଥିଲେ ଚାନ୍ଦ ଦମ୍ପତି। ଏବେ ଅର୍ଚ୍ଚନା ଓ ତାଙ୍କ ପୂରା ପରିବାର ଭୁବନେଶ୍ୱର ସତ୍ୟ ବିହାରରେ ଥିବା ନିଜର ନଭଶ୍ଚୁମ୍ଭୀ ଅଟ୍ଟାଳିକାରେ ରହୁଛନ୍ତି। ଯେଉଁ ଅଟ୍ଟାଳିକାକୁ ନେଇ ସେ ବିବାଦରେ ଫସି ଥିଲେ।

Archana Nagଖାଦ୍ୟ ଖାଇବାକୁ ବସିଛନ୍ତି ଲୋକେ

ଆଜି କିନ୍ତୁ ଅର୍ଚ୍ଚନା ନାଗଙ୍କୁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଅନ୍ଦାଜରେ। ସେ ସତ୍ୟବିହାରରେ ଏକ ବସ୍ତିକୁ ଯାଇଥିଲେ। ବସ୍ତିବାସୀଙ୍କୁ ଭାତ ଓ ଡାଲ୍‌ମା ଖାଇବାକୁ ଦେଇଥିଲେ। କେବଳ ସେତିକି ନୁହେଁ, ଯେଉଁ ପିଲା ଖାଇପାରୁନଥିଲେ, ତାଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳିଥିଲା। ବସ୍ତି ବାସିନ୍ଦାମାନେ ଖାଇସାରିବା ପରେ ଅର୍ଚ୍ଚନା ଲୁଗା ବାଣ୍ଟିଥିଲେ। ୧୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଶାଢ଼ୀ ଓ ୫୦ରୁ ଅଧିକ ପିଲାଙ୍କୁ ଶାର୍ଟ ଏବଂ ପ୍ୟାଣ୍ଟ ବାଣ୍ଟିଥିଲେ। ଯାହାକୁ ନେଇ ରାଜଧାନୀରେ ଜୋରଦାର ଚର୍ଚ୍ଚା ଚାଲିଛି।

Advertisment
Archana ବସ୍ତିର ମହିଳାଙ୍କୁ ଶାଢ଼ୀ ବାଣ୍ଟୁଛନ୍ତି ଅର୍ଚ୍ଚନା

ସେକ୍ସ ସିଣ୍ଡିକେଟ୍‌ ଚଳାଇବା ପରି କଳଙ୍କ ମୁଣ୍ଡାଇଥିବା ଅର୍ଚ୍ଚନା ନାଗ ହଠାତ୍‌ କାହିଁକି ବଦଳାଇଲେ ଏପରି ରୂପ? ଏହାକୁ ନେଇ ରାଜଧାନୀରେ ନାନା ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଶୁଣିବାକୁ ମିଳୁଛି, ଅର୍ଚ୍ଚନା ନାଗ ରାଜନୀତିରେ ଏଣ୍ଟ୍ରି ମାରିବେ। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଲୋକଙ୍କ ଦିଲ୍‌ରେ ରହିବା ପାଇଁ ଚାହୁଁଛନ୍ତି। ତେଣୁ ଅତୀତର ସେହି କଳଙ୍କ ଲିଭାଇବା ପାଇଁ ବସ୍ତିବାସିନ୍ଦାଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଆଜି ବସ୍ତିର ଲୋକଙ୍କୁ ଖାଇବାକୁ ଦେବା ସହିତ ଲୁଗା ବାଣ୍ଟୁଥିବା ଚର୍ଚ୍ଚା ହେଉଛି। ଅର୍ଚ୍ଚନା ନାଗଙ୍କ ଏହି ପ୍ରୟାସ୍‌ କେତେ ଫଳବତୀ ହେବା, ତାହା ସମୟ କହିବ।

ରିପୋର୍ଟ- ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ

Archana Nag Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe