ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ। ନିଜ ଜୀବନକୁ ବାଜି ଲଗାଇ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲରେ ପହଞ୍ଚାଇଲେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି।
ଲଘୁଚାପ ପ୍ରଭାବରେ ଓଡ଼ିଶା ସହ ଛତିଶଗଡ଼ରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଗତକାଲି ବିଜାପୁର ଜିଲ୍ଲାର ନାମ୍ବୀ ଗାଁରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଯନ୍ତ୍ରଣା ହୋଇଥିଲା।। ଲଗାଣ ବର୍ଷା ଯୋଗୁଁ ନଦୀର ପାଣି ବଢ଼ିଥିବାରୁ ମହିଳାଙ୍କୁ ଡାକ୍ତରଖାନା ନେବା ପରିବାର ଲୋକଙ୍କ ପାଇଁ କଷ୍ଟ କର ହୋଇ ପଡ଼ିଥିଲା।
Also Read
ପରିବାର ଲୋକେ କ’ଣ କରିବେ କ’ଣ ନାହିଁ ଉପାୟ ଶୂନ୍ୟ ହୋଇପଡ଼ିଥିଲେ। ଘଟଣା ବିଷୟରେ ଖବର ପାଇ ମହିଳାଙ୍କ ଘରେ ପହଞ୍ଚିଥିଲେ ସିଆରପିଏଫ୍ ଯବାନ। ଘଟଣା ସଂପର୍କରେ ଜାଣିବା ପରେ ପାଖରେ ଡଙ୍ଗା ନଥିବାରୁ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ତିଆରି କରିଥିଲେ ଏକ ଯୁଗାଡ଼ ଡଙ୍ଗା। ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ଉସୁର ମେଡିକାଲରେ ଭର୍ତ୍ତି କରିଥିଲେ। ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଶିମିଳିପାଳରୁ ଯାଇ ଝାରଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନତ’
ବାଘୁଣୀକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିବା ବେଳେ ସେ ଏବେ ଯାଇ ଝାରଖଣ୍ଡ ଜଙ୍ଗଲରେ ପହଞ୍ଚିଛି। ଝାରଖଣ୍ଡ ଯାଇ ଏକ ସ୍ୱତନ୍ତ୍ର ଟିମ୍ ‘ଜିନତ’ ଉପରେ ନଜର ରଖିଛନ୍ତି।
Miscellaneous
ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ
ଭଦ୍ରକ ସମେତ ସମସ୍ତ ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଖୁବଶୀଘ୍ର ୫ ହଜାର ଡାକ୍ତର ଓ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ।
Miscellaneous
ଦଗା ଦେଲା ଗୁଗୁଲ ମ୍ୟାପ୍; ଯାଉଥିଲେ ରାୟପୁର, ପହଞ୍ଚିଲେ କନ୍ଧମାଳ
୩ ଦିନ ହେଲା ଟ୍ରକଟି ସେହି ଅଣ ଅସାରିଆ ରାସ୍ତାରେ ଫଶି ରହିଛି।
Miscellaneous
'ବଦଳି ନମାନିଲେ ଦରମା ବନ୍ଦ'; ଗାଦି ମଡ଼ା OAS ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଛାଟ
ବଦଳି ନିର୍ଦ୍ଦେଶ ମାନୁନଥିବା ଓଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ। ଦରମା ବନ୍ଦ କରି ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।
Miscellaneous
କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା, ସିଏଜି ରିପୋର୍ଟରେ ଧରାପଡ଼ିଲା
ମୋଟ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ବିନା ବିଲ୍ ଯାଞ୍ଚରେ ୮ଟି ଘରୋଇ କୋଭିଡ୍ ହସ୍ପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର।