Advertisment

ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ

ନିଜ ଜୀବନକୁ ବାଜି ଲଗାଇ ନଦୀ ପାର କରାଇଲେ ଯବାନ।

Malkangiri

Malkangiri

Advertisment

ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ। ନିଜ ଜୀବନକୁ ବାଜି ଲଗାଇ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲରେ ପହଞ୍ଚାଇଲେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି।

Advertisment

ଲଘୁଚାପ ପ୍ରଭାବରେ ଓଡ଼ିଶା ସହ ଛତିଶଗଡ଼ରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଗତକାଲି ବିଜାପୁର ଜିଲ୍ଲାର ନାମ୍ବୀ ଗାଁରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଯନ୍ତ୍ରଣା ହୋଇଥିଲା।। ଲଗାଣ ବର୍ଷା ଯୋଗୁଁ ନଦୀର ପାଣି ବଢ଼ିଥିବାରୁ ମହିଳାଙ୍କୁ ଡାକ୍ତରଖାନା ନେବା ପରିବାର ଲୋକଙ୍କ ପାଇଁ କଷ୍ଟ କର ହୋଇ ପଡ଼ିଥିଲା।

ପରିବାର ଲୋକେ କ’ଣ କରିବେ କ’ଣ ନାହିଁ ଉପାୟ ଶୂନ୍ୟ ହୋଇପଡ଼ିଥିଲେ। ଘଟଣା ବିଷୟରେ ଖବର ପାଇ ମହିଳାଙ୍କ ଘରେ ପହଞ୍ଚିଥିଲେ ସିଆରପିଏଫ୍ ଯବାନ। ଘଟଣା ସଂପର୍କରେ ଜାଣିବା ପରେ ପାଖରେ ଡଙ୍ଗା ନଥିବାରୁ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ତିଆରି କରିଥିଲେ ଏକ ଯୁଗାଡ଼ ଡଙ୍ଗା। ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ଉସୁର ମେଡିକାଲରେ ଭର୍ତ୍ତି କରିଥିଲେ। ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାଯାଇଛି।

Advertisment
Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe