Advertisment

ରୋଗାକ୍ରାନ୍ତ ‘ଆରୋଗ୍ୟ ବନ’, ୪ ବର୍ଷରେ ହରାଇବାକୁ ବସିଲାଣି ଅସ୍ତିତ୍ୱ

୨୦୨୦ ଜୁଲାଇ ମାସରେ ଜୟପୁର ସହରରେ ଉଦ୍‌ଘାଟିତ ହୋଇଥିଲା ଆରୋଗ୍ୟ ବନ।

author-image
Jitendra Garnayak
ଅଦ୍ୟତନ ହୋଇଛି
Trees

Trees

ରୋଗାକ୍ରାନ୍ତ ହୋଇପଡିଛି କୋରାପୁଟ ଜିଲ୍ଲା ଜୟପୁରର ‘ଆରୋଗ୍ୟ ବନ’। ରକ୍ଷଣାବେକ୍ଷଣ ଅଭାବରୁ ଉଦ୍‌ଘାଟନର ମାତ୍ର ୪ ବର୍ଷ ମଧ୍ୟରେ ଉଜୁଡ଼ି ଗଲାଣି ଏହି ଉଦ୍ୟାନ। ମରିଗଲାଣି ଅନେକ ଔଷଧୀୟ ବୃକ୍ଷ।

Advertisment

୨୦୨୦ ଜୁଲାଇ ମାସରେ ଜୟପୁର ସହରରେ ଉଦ୍‌ଘାଟିତ ହୋଇଥିଲା ଆରୋଗ୍ୟ ବନ। ୧୦ ଏକର ଜାଗା ବନ ବିଭାଗ ଲଗାଇଥିଲା ବିଭିନ୍ନ ପ୍ରଜାତିର ୪ ହଜାରରୁ ଅଧିକ ଔଷଧୀୟ ଓ ଫଳ ଗଛ। ହେଲେ ଏବେ ଆରୋଗ୍ୟ ବନ ଛାରଖାର ହୋଇଗଲାଣି। ଅନେକ ଗଛ ମରି ଯାଇଛି। କିଛି ଗଛ ଜଳି ଯାଇଛି। ଆଉ ଯେଉଁ ସବୁ ଗଛ ଅଛି, ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ମରିବା ଉପରେ। ବନ ବିଭାଗର ଉଦାସୀନତା ଓ ବିଭାଗୀୟ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ଆରୋଗ୍ୟ ବନ ନିଜ ଅସ୍ଥିତ୍ୱ ହରାଇବା ସ୍ଥିତିରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ଜୟପୁର ବାସିନ୍ଦା।

ସ୍ଥାନୀୟ ବାସିନ୍ଦା ସାଧୁ ଚରଣ ଦାସ କହିଛନ୍ତି, ଆରୋଗ୍ୟ ବନର ଏହି ଅବସ୍ଥା ପାଇଁ ସରକାର ଦାୟୀ। ସରକାର ଏହାକୁ ଅବହେଳା କରିଛନ୍ତି। ଏହି ବନ ତିଆରି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କରାଗଲା ନାହିଁ। ଏହି ବନ ଉଜୁଡ଼ିବା ପାଇଁ ବନ ବିଭାଗର ଢିଲା ମନୋଭାବ ମଧ୍ୟ ଦାୟୀ।

Advertisment

ଅନ୍ୟପକ୍ଷରେ ଅନୁଦାନ ଆସୁ ନଥିବାରୁ ଆରୋଗ୍ୟ ବନର ରକ୍ଷଣାବେକ୍ଷଣ ହୋଇପାରୁନାହିଁ କହି ଦୋଷ ଝାଡ଼ିବାକୁ ପ୍ରୟାସ କରିଛି ବନ ବିଭାଗ। ଜୟପୁର ବନଖଣ୍ଡ ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ା କହିଛନ୍ତି ଯେ ଯେତେ ଦିନ ପର୍ଯ୍ୟନ୍ତ ସରକାରଙ୍କ ଅନୁଦାନ ଆସୁଥିଲା ସେତେ ଦିନ ପର୍ଯ୍ୟନ୍ତ ଆମେ ତା’ର ଜଗାରଖା କରୁଥିଲୁ। ଜଗୁଆଳି ମଧ୍ୟ ରଖାଯାଇଥିଲା। ସେହି ସମୟ ଶେଷ ହୋଇଯାଇଛି। ତେବେ ନିକଟରେ ଆମେ ଜଣେ ୱାଚରଙ୍କୁ ସେଠାରେ ନିଯୁକ୍ତ କରିଛୁ।

Odisha Forest Department