Advertisment

ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଶୂନ କରିବା ଲକ୍ଷ୍ୟ ରଖିଛୁ: ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ବଡୁଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା । ବଜ୍ରପାତରେ ପ୍ରତିବର୍ଷ ୩ ଶହ ଲୋକଙ୍କ ମୃତ୍ୟୁ ହେଉଛି।

ଅଦ୍ୟତନ ହୋଇଛି
Advertisment

ରାଜ୍ୟରେ ବଜ୍ରପାତ ମୃତ୍ୟୁକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। କହିଲେ, ଓଡ଼ିଶାରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ବଜ୍ରପାତରେ ପ୍ରତିବର୍ଷ ୩ ଶହ ଲୋକଙ୍କ ମୃତ୍ୟୁ ହେଉଛି। ଅନେକ ସ୍କୁଲରେ ଆର୍ଥିଂ ନାହିଁ, ଗଣଶିକ୍ଷା ବିଭାଗ ସହ ଆଲୋଚନା କରିଛୁ। ପ୍ରଥମ ପର୍ଯ୍ୟାୟରେ 20 ଲକ୍ଷ ତାଳ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛୁ। ଚାଷୀଙ୍କ ନିକଟରେ ତଥ୍ୟ ପହଞ୍ଚାଇବାକୁ ଟେକ୍ନୋଲୋଜି ସାହାଯ୍ୟ ନେବୁ। ବିପଦ ସୂଚନା ସତ୍ତ୍ବେ ଶ୍ରମିକଙ୍କୁ କାମ କରାଇଲେ, କାର୍ଯ୍ୟାନୁଷ୍ଠାନ ନେବୁ। ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଶୂନ କରିବା ଲକ୍ଷ୍ୟ ରଖିଛୁ। 

Advertisment
Odisha Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe