ଆଇପିଏସ ବଦଳି: ଅରୁଣଙ୍କୁ ମିଳିଲା ଦାୟିତ୍ୱ, ବାଦ୍ ପଡ଼ିଲେ ନରୱଣେ

ଭୁବନେଶ୍ୱର-କଟକ ଅତିରିକ୍ତ ପୁଲିସ କମିଶନର ୨୦୦୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖାର ଡିଆଇଜି ଭାବେ ବଦଳି ହୋଇଛି ।

IPS Officers

ଆଇପିଏସ ଅରୁଣ କୁମାର ରାୟ ଓ ଏସଏମ୍ ନରୱଣେ

Ordigital Desk
  • Published: Tuesday, 31 October 2023
  • Updated: 31 October 2023, 05:52 PM IST

Sports

Latest News

୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ନୂଆ ଜେଲ୍ ଡିଜି ଭାବେ ୧୯୮୯ ବ୍ୟାଚ୍ ଆଇପିଏସ ଏ. ଏମ୍ ପ୍ରସାଦଙ୍କୁ ଦାୟିତ୍ୱ ମିଳିଛି ।

ଗତ ଏପ୍ରିଲ ମାସରେ ଅଚାନକ ୨ବରିଷ୍ଠ ଆଇପିଏସ ଅରୁଣ କୁମାର ରାୟ ଓ ଏସଏମ୍ ନରୱଣେଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିବା ରାଜ୍ୟ ସରକାର ଆଜି ଅରୁଣ ରାୟଙ୍କୁ କଟକସ୍ଥିତ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ତେବେ ନରୱଣେଙ୍କୁ କୌଣସି ଦାୟିତ୍ୱ ମିଳିନାହିଁ ଓ ସରକାର ତାଙ୍କୁ ଏବେବି ଗୃହ ବିଭାଗର ଓଏସଡି ଭାବେ ବିନା କାମରେ ବସାଇ ଦରମା ଦେଉଥିବା ଜଣାପଡ଼ିଛି ।

Also Read

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୃହ ବିଭାଗର ଓଏସଡି ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ପ୍ରଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ମାନବାଧିକାର ସୁରକ୍ଷା ସେଲ୍‌(ଏଚଆରପିସି) ସ୍ୱତନ୍ତ୍ର ଡିଜି ୧୯୮୯ ବ୍ୟାଚ୍ ଆଇପିଏସ୍ ଏ.ଏମ୍ ପ୍ରସାଦଙ୍କୁ ଜେଲ୍ ଡିଜି ଓ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି ।

୧୯୯୨ ବ୍ୟାଚ୍ ଆଇପିଏସ୍ ଲଳିତ ଦାସଙ୍କୁ ଏଚଆରପିସି ଅତିରିକ୍ତ ଡିଜିପି ଭାବେ ବଦଳି ହୋଇଛି । ଶ୍ରୀ ଦାସ ଏବେ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଦାୟିିତ୍ୱରେ ଅଛନ୍ତି । ସେହିପରି ଭୁବନେଶ୍ୱର-କଟକ ଅତିରିକ୍ତ ପୁଲିସ କମିଶନର ୨୦୦୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖାର ଡିଆଇଜି ଭାବେ ବଦଳି ହୋଇଛି ।

୨୦୦୯ ବ୍ୟାଚ୍ ଆଇପିଏସ୍ ବ୍ରିଜେଶ କୁମାର ରାଏଙ୍କୁ ଭୁବନେଶ୍ୱର-କଟକ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତି ମିଳିଛି । ଶ୍ରୀ ରାଏଙ୍କ ଅନୁଗୁଳ ରେଞ୍ଜ ଡିଆଇଜି ଥିବାବେଳେ ବିବାଦୀୟ ହୋଇ ଗତ ଅଗଷ୍ଟ ମାସରେ କଟକସ୍ଥିତ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ । ଶ୍ରୀ ରାଏଙ୍କ ପତ୍ନୀଙ୍କ ବିରୁଦ୍ଧରେ ଜଣେ ମହିଳା ହୋମଗାର୍ଡଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story