Advertisment

ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ

୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ।

author-image
Tapaswini Nayak
Arvind padhi

Arvind padhi

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଛନ୍ତି ଅରବିନ୍ଦ ପାଢ଼ୀ। ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଅନେକ ଅନୁଭୂତି ଓ ଅଭିଜ୍ଞତା ରହିଛି। ମଙ୍ଗଳବାର ପହଣ୍ଡି ବେଳେ ବଡଠାକୁର ହାମୁଡାଇ ପଡ଼ିବା ଏବଂ ରଥଟଣା ବେଳେ ଭିଡ଼ରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଠେଲାପେଲାରେ ଅନେକ ଆହତ ହୋଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହାରି ଭିତରେ ଅରବିନ୍ଦ ପାଢୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ସରକାର। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବା ପରେ ଅରବିନ୍ଦ ପାଢ଼ୀ କହିଛନ୍ତି, ସବୁ ମହାପ୍ରଭୁଙ୍କ ଇଚ୍ଛା। କେମିତି ନୀତିକାନ୍ତି ଶୃଙ୍ଖଳିତ ହେବ ଏବଂ ମହାପ୍ରଭୁଙ୍କ ସଂସ୍କୃତିର କିଭଳି ଆହୁରି ପ୍ରଚାର ପ୍ରସାର ହେବ ତାହା ହିଁ ମୋର ପ୍ରାଥମିକତା ହେବ।

Advertisment
Puri Shreemandir Puri Arvind Padhi