Advertisment

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ରାମଚନ୍ଦ୍ରପୁର ଗାଁକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ପଚପଚ ଓ ଅଣ ଓସାରିଆ ହୋଇଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।

ଅଦ୍ୟତନ ହୋଇଛି
Photo

Photo

Advertisment

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହା ହେଲେ ରୋଗୀ। ପ୍ରାୟ ଏକ କିଲୋମିଟର ତାଙ୍କୁ ଖଟିଆରେ ବୋହି ଆଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା।  ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। 

Advertisment

ଗାଁର ଜାଉନି ତିଗାଙ୍କୁ ଗତ କିଛି ଦିନ ହେଲା ଜ୍ୱର ହୋଇଥିଲା। ଗତକାଲି ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। 

ଖବର ପାଇ ଆମ୍ବୁଲାନ୍ସ ଆସିଥିଲା। ହେଲେ ରାମଚନ୍ଦ୍ରପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାଟି କାଦୁଅ ପଚପଚ ଓ ଅଣ ଓସାରିଆ ହୋଇଥିବାରୁ ଆମ୍ବୁଲାନ୍ସ ସେଠାକୁ ଯାଇପାରିଲା ନାହିଁ। ଗାଁଠାରୁ ପ୍ରାୟ ୧ କିମି ଦୂରରେ ଆମ୍ବୁଲାନ୍ସ ଅଟକି ଥିଲା। ତେଣୁ ପରିବାର ଲୋକେ ଆମ୍ବେଦକର ସାମାଜିକ ପରିବର୍ତନ ମଂଚର ସଦସ୍ୟ ଓ କିଛି ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। 

Advertisment

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ

108 Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe