Advertisment

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି; ସ୍ଥିତି ଯାଞ୍ଚ କଲେ ASI କୋର କମିଟି

ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍‌ଫର୍ମ, ଆଇରନ୍‌ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ତିଆରି ହୋଇଥିବା ଆଇରନ୍‌ ସିଡ଼ି ଯାଞ୍ଚ କରିଥିଲେ।

Sun Temple

Sun Temple

Advertisment

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବ ବାଲି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସିଛନ୍ତି ଏଏସ୍‌ଆଇ କୋର କମିଟି। ଦୀର୍ଘ ୬ ଘଣ୍ଟା ଧରି କମିଟିର ସଦସ୍ୟମାନେ ସୂର୍ଯ୍ୟମନ୍ଦିର ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସୂର୍ଯ୍ୟମନ୍ଦିର ପରିସରରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଗର୍ଭ ଗୃହରୁ ବାଲି କାଢ଼ିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେଉଥିବା ଜଣାପଡ଼ିଛି।

Advertisment

ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ଦୁଇବର୍ଷ ହେଲା ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଳମ୍ବ ହେଉଥିବା ବେଳେ ଆଜି ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଓ ଏକ ବୈଷୟିକ ଟିମ୍‌ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଏବଂ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ ଭୂମିପୂଜା ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍‌ଫର୍ମ, ଆଇରନ୍‌ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ତିଆରି ହୋଇଥିବା ଆଇରନ୍‌ ସିଡ଼ି ଯାଞ୍ଚ କରିଥିଲେ। ଇତି ମଧ୍ୟରେ ସିଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତଥାପି ବାଲି କାଢ଼ିବା ପାଇଁ ଚାଲିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।

Advertisment

ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟ୍‌ର ଏକ ଗର୍ତ୍ତ ଖୋଳା ଯିବ। ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବ। ଏଥିପାଇଁ ତିନିବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିବା ବେଳେ ଆଜି ଏଏସ୍‌ଆଇ ଅତିରିକ୍ତ ମହା ନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ସହ ଏଏସ୍‌ଆଇ କଞ୍ଜର୍ଭେସନ୍‌ ଡ଼ାଇରେକ୍ଟର ଭିମା ଆଜମୀରା, ଏଏସ୍‌ଆଇ ରିଜିଓନାଲ ଡାଇରେକ୍ଟର ଡଃ ଦିଲ୍ଲୀପ ଖମାରିଙ୍କ ସମେତ ପ୍ରତ୍ନତତ୍ତ୍ୱବିତ୍‌ ଜୀବନ ପଟ୍ଟନାୟକ, ମାଡ୍ରାସ ଓ ନୂଆଦିଲ୍ଲୀର ଆଇଆଇଟିର ବିଶେଷଜ୍ଞ ସମେତ ୧୫ ଜଣିଆ କମିଟିର ପ୍ରତିନିଧିମାନେ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ପିଢ଼ି, ମନ୍ଦିର ଚୂଳର ଉପରିଭାଗ ଓ ବାଲି କାଢ଼ିବା ପାଇଁ ନିର୍ମାଣ ହୋଇଥିବା ମେକାନିକାଲ ଷ୍ଟ୍ରକ୍ଚର ସହ ମନ୍ଦିର ମୂଳଦୁଆର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Konark Puri ASI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe