Advertisment

ସରିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍‌ ସର୍ଭେ

ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି? ସେ ନେଇ ଖୁବ୍‌ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ NGRI ଟିମ୍‌। ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି।

Puri

Puri

Advertisment

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍‌ ସର୍ଭେ। ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍‌ କରିଛି NGRI ଟିମ୍‌। ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ସଂଶୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ ଲାବ୍‌ରେ ତର୍ଜମା କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ।

Advertisment

ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି? ସେ ନେଇ ଖୁବ୍‌ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ NGRI ଟିମ୍‌। ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି। ଡାଟା ଇମେଜ କ୍ଵାଲିଟିକୁ ଲାବ୍‌ରେ ଆସେମ୍ବଲ୍‌ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ NGRI ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି।

ପୂର୍ବରୁ ଏଏସ୍‌ଆଇ ମଧ୍ୟ ରତ୍ନ ଭଣ୍ଡାର ବାହାର କାନ୍ଥର ଲେଜର ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା। ତେବେ ଚଳିତ ମାସ ୧୮ ତାରିଖରେ NGRI ଟିମ୍ ମଧ୍ୟ ଲେଜର୍ ସର୍ଭେ କରିଥିଲା। ଶନିବାର ଆଉ ଗୋଟିଏ ରାଉଣ୍ଡ ସର୍ଭେ ହୋଇଥିଲା। ଆଜି ପ୍ରାୟ ୮ ଘଣ୍ଟା କାଳ ଭର୍ଟିକାଲ ଓ ହୋରାଇଜେଣ୍ଟାଲ ସର୍ଭେ କରି ବିଭିନ୍ନ ଡାଟା ସଂଗ୍ରହ କରିଛନ୍ତି NGRI ବୈଜ୍ଞାନିକ। ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଛି।

Advertisment

ଜୁଲାଇ ୧୪ ତାରିଖରୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ସର୍ଭେ ରିପୋର୍ଟ ହସ୍ତଗତ କରିବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି। ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କୁ ବିନା ଦ୍ୱିଧାରେ ମହାପ୍ରଭୁଙ୍କୁ ଦର୍ଶନ ପାଇପାରିବେ। ତେବେ ଛତିସାନିଯୋଗ ନାୟକ କହିଛନ୍ତି ସବୁ ସର୍ଭେ କାମ ଶେଷ ହୋଇଛି। ରତ୍ନଭଣ୍ଡାର ଭିତରେ ଆଉ କିଛି କୋଠରୀ ଅଛି କି ନାହିଁ ତାହା ମହାପ୍ରଭୁ ଜାଣନ୍ତି। ହେଲେ କିଛି ଥାଇପାରେ ବୋଲି ସନ୍ଦେହ ରହିଛି। ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ।

Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe