Advertisment

ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ

ବାହାର ଓ ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ଦିନେ ଦୁଇ ଦିନ ଭିତରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ASI ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବ।

author-image
Biswajit Samal
Ratan bhandar

Ratan bhandar

ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ। ଯାଞ୍ଚ ସରିବା ପରେ ରତ୍ନଭଣ୍ଡାର ମରାମତି ନେଇ ନିଷ୍ପତ୍ତି ହେବ। ଆଜି ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Advertisment

ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବାହାର ଓ ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି। ଦିନେ ଦୁଇ ଦିନ ଭିତରେ ଭାରତୀୟ ASI ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବ। ସେଠାରେ ଯେଉଁସବୁ ମରାମତିର ଆବଶ୍ୟକତା ରହିଛି। ସେଥିପାଇଁ ASI ପକ୍ଷରୁ ସମୟ ନିର୍ଘଣ୍ଟ ସ୍ଥିର କରାଯିବ। ଏହାକୁ ସରକାର ଅନୁମୋଦନ କରିବା ପରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ତେବେ ଲେଜର ସ୍କାନିଂ ହେବ କି ନାହିଁ, ତାହା ସ୍ଥିତି ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ASI ଦ୍ବାରା ରତ୍ନଭଣ୍ଡାର ମରାମତି ସରିବା ପରେ ପୁଣି ସେଠାକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ଏହା ପରେ ଯାଇ ଆରମ୍ଭ ହେବ ସେଗୁଡ଼ିକର ଗଣତି ମଣତି ପ୍ରକ୍ରିୟା। ଯାହା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କର ନଜର ରହିଛି।

Advertisment
Puri Shreemandir