ଖୋଲିବ କି ଶ୍ରୀମନ୍ଦିର ଗୁପ୍ତ ରତ୍ନ ଭଣ୍ଡାର ରହସ୍ୟ ? ଆଜି ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ। ଏଏସଆଇ ଅତିରିକ୍ତ ମହା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆଜି ଗୋଟିଏ ଦିନ ହେବ ଯାଞ୍ଚ। ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ।
ଏସଓପି ଅନୁସାରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ଶ୍ରୀଜିଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ୱାର ପଟେ ବାଇଶି ପାହାଚ
ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି। ସେହିପରି ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତରିତ ହୋଇ ସାରିଛି ।ଏବେ ରତ୍ନଭଣ୍ଡାର ଖାଲି ଥିବା ବେଳେ ଏହାର ନୀରିକ୍ଷଣ କରିବେ ଏଏସ୍ଆଇ।