Advertisment

ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ଶ୍ରୀ ହରିଚନ୍ଦ କହିଛନ୍ତି, ଏସଓପିରେ କିଛି ସଂଶୋଧନର ଆବଶ୍ୟକତା ଥିଲା। ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ମହାପ୍ରଭୁ ରୀତିନୀତିରେ ଯେଭଳି କୌଣସି ଅସୁବିଧା ନହୁଏ। ତାକୁ ପ୍ରାଥମିକତା ଦିଆଯାଉଛି।

ଅଦ୍ୟତନ ହୋଇଛି
undefined

prithviraj harichandan

Advertisment

ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ ASI। ଏଥିପାଇଁ ପ୍ରାଥମିକ ଯାଞ୍ଚ ସରିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଶ୍ରୀ ହରିଚନ୍ଦ କହିଛନ୍ତି, ଏସଓପିରେ କିଛି ସଂଶୋଧନର ଆବଶ୍ୟକତା ଥିଲା। ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ମହାପ୍ରଭୁ ରୀତିନୀତିରେ ଯେଭଳି କୌଣସି ଅସୁବିଧା ନହୁଏ। ତାକୁ ପ୍ରାଥମିକତା ଦିଆଯାଉଛି। ଏସମ୍ପର୍କରେ ସେବାୟତଙ୍କ ସହ ହୋଇଛି ଆଲୋଚନା। ରତ୍ନଭଣ୍ଡାର ମରାମତି କାମ ଖୁବ ଶୀଘ୍ର ଏଏସଆଇ ଆରମ୍ଭ କରିବ ବୋଲି କହିଛନ୍ତି ପୃଥ୍ୱୀରାଜ। ଆହୁରି ସେ କହିଛନ୍ତି ଯେ, ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପାଇଁ ଲେଜର ସ୍କାନିଂ ହେବକି ନାହିଁ ନିଷ୍ପତ୍ତି ନିଆଯିବ।

ଚାବି ହଜିବାର ତଦନ୍ତ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବଶୀଘ୍ର ସରକାର ପଦକ୍ଷେପ ନେବେ। ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ଖୁଲାସା ହେବ। ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Advertisment
Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe