Advertisment

ରାଜ୍ୟପାଳଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ

ହିମନ୍ତ ବିଶ୍ୱଶର୍ମା ଝାଡଖଣ୍ଡ ବିଜେପି ପ୍ରଭାରୀ ରହିଛି। ସେଠାରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଛି। ସେହି ବିଷୟରେ ସାକ୍ଷାତ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ପାଖାପାଖି ୨ ଘଣ୍ଟା ୨୦ ମିନିଟ ରାଜଭବନରେ ରହିବା ପରେ ସେ ପୁଣି ଝାଡଖଣ୍ଡ ଅଭିମୁଖେ ବାହାରିଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ସେ ଭେଟିଥିଲେ।

Advertisment

ହିମନ୍ତ ବିଶ୍ୱଶର୍ମା ଝାଡଖଣ୍ଡ ବିଜେପି ପ୍ରଭାରୀ ରହିଛି। ସେଠାରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଛି। ସେହି ବିଷୟରେ ସାକ୍ଷାତ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ଏହି ପଡୋଶୀ ରାଜ୍ୟରେ ପୁଣି ଥରେ ବିଜେପି କ୍ଷମତାକୁ ଅକ୍ତିଆର କରିବା ଲକ୍ଷ୍ୟରେ ବିଶ୍ୱଶର୍ମା ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। ଝାଡଖଣ୍ଡ ରାଜନୀତିକୁ ନେଇ ନୁହଁ ବ୍ୟକ୍ତିଗତ ସାକ୍ଷାତ ପାଇଁ ଆସିଥିବା ବିଶ୍ୱଶର୍ମା ପୂର୍ବରୁ ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।

Bhubaneswar Bjp Mohan Charan Majhi Raghubar Das Hemanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe