Advertisment

୩୦ରେ ପୁରୀ ଯିବ ଗୃହ କମିଟି, କରିବେ ଶ୍ରୀମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଗୃହ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରୁଥିବାରୁ ଏହାକୁ ବିଭିନ୍ନ ମହଲରେ ଗୁରୁତ୍ୱ ଦିଆଯାଉଛି ।

author-image
Ordigital Desk
Shree Mandira Parikrama Project

Shree Mandira Parikrama Project

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବିଧାନସଭା ଗୃହ କମିଟି । ଆସନ୍ତା ୩୦ ତାରିଖରେ ଗୃହ ଓ ଆଇନ ବିଭାଗର ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।

Advertisment

ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ଜଣିଆ  ସଦସ୍ୟ ବିଶିଷ୍ଟ କମିଟି ଚଳିତମାସ ୩୦ତାରିଖରେ ପୁରୀ ଗସ୍ତରେ ଯାଇ ସାମୁଦ୍ରିକ ଥାନା ଓ ପୁରୀ ଜେଲ୍ ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ପ୍ରସଙ୍ଗରେ ଜିଲ୍ଲାପାଳ ,ଏସପି ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ପୁରୀ ସର୍କିଟ ହାଉସରେ ରାତି ବିତାଇବା ପରେ ୧ତାରିଖ ସକାଳ ୭ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।  ସକାଳ ୧୦ଟାରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟର ବର୍ତ୍ତମାନର ସ୍ଥିତି ତଦାରଖ କରିବେ । ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଓ ଆଇନ ବିଭାଗର ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ରଥ ଯାତ୍ରାବେଳେ ଶ୍ରଦ୍ଧାଳୁ ରଥରେ ନଚଢ଼ିବାକୁ ନେଇ ଦଇତାପତିଙ୍କୁ ଦିଆଯାଉଥିବା କ୍ଷତିପୂରଣ , କୋଠ ଭୋଗ ଧନ ଯୋଜନା, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଦରମା ଓ ଅନୁଦାନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପ୍ରଭାବିତଙ୍କୁ କ୍ଷତିପୂରଣ ଆଦି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀମାନଙ୍କ ସହ ଗୃହ କମିଟି ଆଲୋଚନା କରିବେ ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଗୃହ କମିଟି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରୁଥିବାରୁ ଏହାକୁ ବିଭିନ୍ନ ମହଲରେ ଗୁରୁତ୍ୱ ଦିଆଯାଉଛି ।

Advertisment

ଉଲ୍ଲେଖଯୋଗ୍ୟ, ଏହି ଗୃହ କମିଟିରେ ସଦସ୍ୟ ଭାବେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ, ଅଶ୍ୱିନୀ କୁମାର ପାତ୍ର, ରାଜେନ୍ଦ୍ର କୁମାର ଢ଼ୋଲକିଆ,କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆଶ୍ରିତ ପଟ୍ଟନାୟକ, ଅଶୋକ ମହାନ୍ତି, ଟଙ୍କଧର ତ୍ରିପାଠୀ, ଗୌରୀଶଙ୍କର ମାଝୀ ଓ ଇରାଶିଷ ଆଚାର୍ଯ୍ୟ ସଦସ୍ୟ ଅଛନ୍ତି ।

Odisha Puri Shreemandir