Advertisment

ଆଜିଠୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ୨୦ରେ ବାଚସ୍ପତି ନିର୍ବାଚନ

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଶପଥ ନେବେ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ।

Security in Assembly

Security in Assembly

Advertisment

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଶପଥ ନେବେ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇବେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ  ସ୍ୱାଇଁ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ।

Advertisment

 ଚଳିତ ଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ମୁତୟନ କରାଯାଇଛି।

 ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା। ଗତକାଲି ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ। ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏହି ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।

Advertisment

ପୁଲିସ କମିଶନର ସୁରକ୍ଷା ଦାୟିତ୍ୱରେ ଥିବାବେଳେ ୭୫ ପୁଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୁଲିସ୍ ନିୟୋଜିତ ହୋଇଛନ୍ତି ।   ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରୋରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି।

ଏନେଇ ପୁଲିସ ଡିଜି  ଅରୁଣ ଷଡଙ୍ଗୀ କହିଛନ୍ତି, ବିଧାନସଭାର ସୁରକ୍ଷା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ବିଧାନସଭା ଭିତରେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସ୍ପେଶାଲ ବ୍ରାଞ୍ଚଙ୍କୁ ମୁତୟନ କରାଯାଇଛି। 

Odisha Assembly Security Guard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe