ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର। କୁଳପତିଙ୍କ ନିର୍ଦ୍ଦେଶ ମତେ କୁଳ ସଚିବ ତାଙ୍କୁ ନିଲମ୍ବନ କରିଛନ୍ତି।
ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଓ ସୋଶାଲ ମିଡ଼ିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ନେଇ ଅଭିଯୋଗ କରିଥିଲେ ନିଜେ ପିଜି କାଉନସିଲ ଅଧ୍ୟକ୍ଷା l ଏହାପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ ଡକ୍ଟର ରଜତ କୁଜୁରଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଛି।
Also Read
ତେବେ ଏହି ନିଲମ୍ବନ ଅବଧି ମଧ୍ୟରେ ବିଶ୍ଵ ବିଦ୍ୟାଳୟର ବିନା ଅନୁମତିରେ ସେ ବିଶ୍ଵ ବିଦ୍ୟାଳୟର ପ୍ରଶାସନିକ ଭବନ, ସ୍ନାତକୋତ୍ତର ବିଭାଗ କିମ୍ବା ଲାଇବ୍ରେରିକୁ ପ୍ରବେଶ କରି ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ତେବେ ଏ ସମ୍ପର୍କରେ ସଂପୃକ୍ତ ପ୍ରଫେସର କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୧୧ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ ।
Miscellaneous
ନେଲେ ଶିଳ୍ପ ପାଇଁ, କଲେ ଆପାର୍ଟମେଣ୍ଟ
୫ ଏକର ଶିଳ୍ପ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିଦେବା ଘଟଣା। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ମାମଲା ରୁଜୁ କରୁନାହାନ୍ତି ଜିଲ୍ଲାପାଳ।
Miscellaneous
‘ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ’
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ମହାସମାରୋହ ପାଳିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Miscellaneous
୧୦ ଟଙ୍କାରେ ପାଇଲସ୍ ଭଲ ହୋଇଯିବ!
ବଡ଼ମ୍ବାରୁ ଆସିଥିବା ସତିଆ ମଉସା କଟକ ବାଲିଯାତ୍ରାରେ ବିକ୍ରି କରୁଛନ୍ତି ଏହି କାଠି।
Miscellaneous
ଆସନ୍ତାକାଲି ଭାଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ
ବୈକୁଣ୍ଠଧାମ ଆଶ୍ରମରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ସେଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲେ।