Advertisment

ପରଲୋକରେ ବିଶିଷ୍ଟ ଜ୍ୟୋତିର୍ବିଦ ଟିକେଶ୍ୱର ଗୁରୁ

ଆଜି ସକାଳୁ ବଲାଙ୍ଗିର ବିଭୁତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି। ତାଙ୍କର ଦୁଇ ପୁଅ ବଲିଉଡ ଚଳଚିତ୍ର ନିର୍ଦ୍ଦେଶକ ଘଣ୍ଟେଶ୍ୱର ଗୁରୁ ଓ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ମୁଖାଗ୍ନି ଦେଇଥିଲେ।

ଅଦ୍ୟତନ ହୋଇଛି
Tikeswar Guru

Tikeswar Guru

Advertisment

ଆଉ ନାହାନ୍ତି ବଲାଙ୍ଗିରର ବିଶିଷ୍ଟ ଜ୍ୟୋତିର୍ବିଦ ଟିକେଶ୍ୱର ଗୁରୁ। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳୁ ବଲାଙ୍ଗିର ବିଭୁତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି। ତାଙ୍କର ଦୁଇ ପୁଅ ବଲିଉଡ ଚଳଚିତ୍ର ନିର୍ଦ୍ଦେଶକ ଘଣ୍ଟେଶ୍ୱର ଗୁରୁ ଓ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ମୁଖାଗ୍ନି ଦେଇଥିଲେ।

Advertisment

ଟିକେଶ୍ୱର ଗୁରୁ ଆରଏସଏସ ତଥା ବିଶ୍ୱହିନ୍ଦୁ ପରିଷଦର ବିଭିନ୍ନ ପଦପଦବୀରେ ରହିଥିଲେ। ୮୮ ବର୍ଷ ବୟସରେ ମଧ୍ୟ ସେ ପ୍ରତିଦିନ ଆରଏସଏସ ଶାଖାକୁ ଯାଉଥିଲେ। ଆଉ ଗତ ୧୬ ତାରିଖ ଦିନ ଆରଏସଏସ ପ୍ରହାର ଯଜ୍ଞରେ ସେ ବେଶ ଚମତ୍କାର ଢଙ୍ଗରେ ଲାଠିଚାଳନା କରିଥିଲେ। ବୟସ ଅଧିକ ହୋଇଥିଲେ ମଧ୍ୟ ସେ ଚମତ୍କାର ଢଙ୍ଗରେ ଲାଠି ଚାଳନା କରୁଥିବା ବେଳର ଦୃଶ୍ୟ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଜ୍ୟୋତିଷ ଶାସ୍ତ୍ରରେ ନିର୍ଭୁଲ ଗଣନା ପାଇଁ ସେ ଅନେକ ପୁରସ୍କାର ଓ ଉପାଧୀ ପାଇଥିଲେ। ଜ୍ୟୋତିଷ ରତ୍ନ, ଜ୍ୟୋତିଷ ଆଚାର୍ଯ୍ୟ, ସାହିତ୍ୟାରତ୍ନ, ଅଧ୍ୟାପନା ବିଶାରଦ, ସଂସ୍କୃତାଚାର୍ଯ୍ୟ ଭଳି ବିଭିନ୍ନ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରୀୟ ଉପାଧିରେ ଭୂଷିତ ହୋଇଥିଲେ ସ୍ୱର୍ଗତ ଗୁରୁ।

Advertisment

ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ ମଧ୍ୟ ସେ ଦାୟିତ୍ୱ ସମ୍ପାଦନ କରିଥିଲେ। ବ୍ରାହ୍ମଣ ସମାଜର ସଭାପତି ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ମିଳିଥିଲା। ଅନେକ ସାମାଜିକ ସଂଗଠନର ଉପଦେଷ୍ଟା ମଧ୍ୟ ରହିଥିଲେ। ତାଙ୍କର ଶାନ୍ତ, ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରୁଥିଲା। ତାଙ୍କୁ ଆଜି ସକାଳେ ଶେଷଦର୍ଶନ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Balangir Astrologer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe