Advertisment

ରାଜଭବନରେ ‘ଆଟ୍ ହୋମ’ କାର୍ଯ୍ୟକ୍ରମ ବାତିଲ, କାରଣ ଅସ୍ପଷ୍ଟ

କୌଣସି ନିର୍ଦ୍ଦିଷ୍ଟ କାରଣ ନଦର୍ଶାଇ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଆଟ୍‌ ହୋମ୍ କାର୍ଯ୍ୟକ୍ରମ ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇ ସାରିଥିଲା।

author-image
Jitendra Garnayak
Raj Bhawan

Raj Bhawan

ସ୍ୱାଧୀନତା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଙ୍କ ଦ୍ୱାରା ରାଜଭବନରେ ଆୟୋଜିତ ‘ଆଟ୍ ହୋମ୍ ’ କାର୍ଯ୍ୟକ୍ରମକୁ ଅଚାନକ ବାତିଲ କରାଯାଇଛି। ବାତିଲ ସମ୍ପର୍କରେ ରାଜଭବନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ତେବେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମାରୋହ ଉପଲକ୍ଷେ ରାଜ୍ୟପାଳଙ୍କ ଦ୍ୱାରା ଏହା ପ୍ରତିବର୍ଷ ଆୟୋଜିତ ହେଉଥିବାବେଳେ ଚଳିତବର୍ଷ ୭୭ତମ ସ୍ୱାଧୀନତା ଦିବସରେ ‘ଆଟ୍ ହୋମ୍‌’ କାର୍ଯ୍ୟକ୍ରମକୁ ଏଭଳି ଅଚାନକ କାହିଁକି ବାତିଲ କରାଗଲା ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

Advertisment

ଆଜି ସନ୍ଧ୍ୟାରେ ଓଡ଼ିଶା ରାଜ୍ୟପାଳଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖାଯାଇଛି ଯେ, ଆସନ୍ତାକାଲି ରାଜଭବନରେ ହେବାକୁ ଥିବା ପ୍ରସ୍ତାବିତ ‘ଆଟ୍ ହୋମ୍‌’ କାର୍ଯ୍ୟକ୍ରମକୁ ବାତିଲ କରାଗଲା।  

କୌଣସି ନିର୍ଦ୍ଦିଷ୍ଟ କାରଣ ନଦର୍ଶାଇ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଅବଶ୍ୟ ଆଟ ହୋମ୍ କାର୍ଯ୍ୟକ୍ରମ ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇ ସାରିଥିଲା।

Advertisment

ଚର୍ଚ୍ଚା ହେଉଛି, ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ‘ଆଟ୍ ହୋମ୍‌’ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଯଦିଓ କାହିଁକି ବାତିଲ କରାଗଲା, ସେନେଇ ଆନୁଷ୍ଠାନିକ ଭାବେ ରାଜଭବନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Governor Of Odisha