Advertisment

ପୂଜକ-ପ୍ରଶାସନ ମୁହାଁମୁହିଁ; ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିଲେନି ଶ୍ରଦ୍ଧାଳୁ

ସକାଳ ୧୦ଟାରୁ ପୂଜକମାନେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ। ଏଥିସହ ପୂଜକମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ବର୍ତ୍ତମାନ ସୁଦ୍ଧା ବସିଛନ୍ତି।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

ଆଜି ହେଉଛି ମହା କାର୍ତ୍ତିକର ଦ୍ୱିତୀୟ ପଞ୍ଚକ। କେତେ ଆଶା ଓ ବିଶ୍ୱାସ ନେଇ ଧାଇଁ ଯାଇଥିଲେ ଶ୍ରଦ୍ଧାଳୁ। ଭାବିଥିଲେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ହେଲେ ବାବାଙ୍କ ଦର୍ଶନ କରିପାରିଲେ ନାହିଁ ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ଓ ପ୍ରଶାସନ ବିବାଦ ଯୋଗୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିଲେନି ଶ୍ରଦ୍ଧାଳୁ।

Advertisment

ଆଜି ହେଉଛି ମହା କାର୍ତ୍ତିକ ମାସର ଦ୍ଵିତୀୟ ପଞ୍ଚକ। ରାତି ୩ଟାରୁ ପ୍ରଭୁ ଧବଳେଶ୍ୱରଙ୍କର ସମସ୍ତ ନୀତିକନ୍ତି ସରିଥିଲା। ତା’ପରେ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯାଇଥିଲା। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବହୁ ଉତ୍ସାହର ସହ ଦର୍ଶନ କରୁଥିଲେ। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବାବାଙ୍କୁ ଦର୍ଶନ କରୁଥିଲେ। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଂକ୍ରିଟ୍ ବ୍ରିଜଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଥିଲା।

ତେବେ ମନ୍ଦିର ପ୍ରଶାସନ କରିଥିବା ବ୍ୟାରିକେଡ୍‌କୁ ପୂଜକ ସମିତି ବିରୋଧ କରିଥିଲା। ଯାହାଫଳରେ ପ୍ରଶାସନ ଓ ପୂଜକ ସମିତି ମୁହାଁମୁହିଁ ହୋଇଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଆଠଗଡ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପି ପୂଜକମାନଙ୍କ ସହ ଆଲୋଚନା କରିଥିଲେ। ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନଥିଲା। ସକାଳ ୧୦ଟାରୁ ପୂଜକମାନେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ। ଏଥିସହ ପୂଜକମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ବର୍ତ୍ତମାନ ସୁଦ୍ଧା ବସିଛନ୍ତି।

Advertisment

ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିନପାରି ହଜାର ହଜାର ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ଖରାରେ ଲମ୍ବା ଧାଡିରେ ଠିଆ ହୋଇଥିଲେ। ପ୍ରଶାସନ ଓ ପୂଜକ ସମାଜର କଳି ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ପୂଜକଙ୍କ ଜିଦ୍‌କୁ ନେଇ କଠୋର ହୋଇଛି ପ୍ରଶାସନ। ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଦ୍ୱାର ନ ଖୋଲିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା

Cuttack Dhabaleswar Priest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe