/odisha-reporter/media/post_attachments/uploadimage/library/16_9/16_9_0/IMAGE_1732071956.jpg)
Atibadi Jagannath Das Samadhi Pitha
ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ଝୁଲୁଛି ତାଲା। ବନ୍ଦ ରହିଛି ପୂଜା ଓ ଭାଗବତ ପାଠ। ପୁରୀ ସଦର ଥାନା କପିଳେଶ୍ୱରପୁର ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ଅତିବଡ଼ି ପୀଠରେ ଏଭଳି ସମସ୍ୟା ଦେଖାଦେଇଛି। ଗ୍ରାମବାସୀ ଓ ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବ ଓ ବିବାଦ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ। ଗତ ବର୍ଷ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏହି ଦାୟିତ୍ୱ ତୁଲାଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ସେବାୟତ ପରିବାର ମଧ୍ୟରେ ବୁଝାମଣାର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସେବାୟତ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ଭାଗବତ ପାଠ ବନ୍ଦକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସଂସ୍କୃତି ପ୍ରେମୀ।
ଗ୍ରାମ ସଭାପତି ବୀରବର ଦାସ କହିଛନ୍ତି, ଠାକୁରଙ୍କର ପୂଜାର୍ଚ୍ଚନା ସେମାନେ କରୁଛନ୍ତି। ହେଲେ ଭାଗବତ ପାଠ ବନ୍ଦ ରହିଛି। ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ। ତାଙ୍କର ଦେହାନ୍ତ ପରେ ତାଙ୍କ ପରିବାର ଏହି ଦାୟିତ୍ୱ ତୁଲାଉଥଲେ। ଯେଉଁମାନେ ପୀଠରେ ଭାଗବତ ପାଠ କରୁଥିଲେ ସେମାନେ ବାହାରକୁ ଚାଲିଯାଇଥିଲେ। ସେମାନେ ବାହାରୁ ଯିବାପରେ ଗ୍ରାମବାସୀ ଆପତ୍ତି ଉଠାଇଥିଲେ। ପରେ ଅନ୍ୟ ଲୋକ ନିଯୁକ୍ତି ପାଇଁ ଆମେ କହିଥିଲୁ।ଏହାପରେ ସେମାନେ ତାଲା ପକାଇ ଦେଇ ପଳାଇଯାଇଛନ୍ତି।
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ସମସ୍ତେ ବସିକି ଏହି ମାମଲାର କିପରି ସମାଧାନ ହେବ ସେନେଇ ତହସିଲଦାର ଓ ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି। ସେଠାରେ ପୁଣି ଥରେ କିପରି ପୂଜାର୍ଚ୍ଚନା ସହ ପୀଠରେ ଭାଗବତ ପାଠ ହେବ ସେନେଇ ଆଲୋଚନା କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
