Advertisment

୫-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କୁ ନେଇଥିଲେ, ଆଣିବା ବେଳେ ପିଟିଲା ପୁଲିସ୍‌

ପୁଲିସ୍‌ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ଅଟୋ ଚାଳକ।

Auto Driver

Auto Driver

Advertisment

ବଲାଙ୍ଗିରରେ ପୁଲିସ୍‌ର ଦାଦାଗିରି। ପୁଲିସ୍‌ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ଅଟୋ ଚାଳକ। ଆଜି ୫ଟି ସଚିବ ଭିକେ ପାଣ୍ଡିଆନ ବଲାଙ୍ଗିର ଗସ୍ତରେ ଯାଇଥିବା ବେଳେ ଏହି ଅଟୋ ଚାଳକ ଜଣଙ୍କ ଲୋକଙ୍କୁ ତାଙ୍କ ସଭାସ୍ଥଳକୁ ନେଇଥିଲେ। ହେଲେ ୫ଟି ସଚିବଙ୍କ କାର୍ଯ୍ୟକ୍ରମ ପରେ ଲୋକଙ୍କୁ ଆଣିବା ବେଳେ ପୁଲିସ୍‌ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ଆକ୍ରମଣରେ ଅଟୋ ଚାଳକଙ୍କ ମୁହଁ ଫାଟି ଯାଇଛି। ଏହି ଘଟଣାକୁ ସ୍ଥାନୀୟ ଅଟୋ ଚାଳକ ସଂଘ ତୀବ୍ର ନିନ୍ଦା କରିଛି। ବିଜେଡିର ଲୋକଙ୍କୁ ୫ଟି ସଚିବଙ୍କ ସଭାସ୍ଥଳକୁ ନେବା ସତ୍ତ୍ୱେ ପୁଲିସ୍‌ ମାଡ଼ ମାରିଥିବାରୁ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଆକ୍ରମଣରେ ଆହତ ହୋଇଥିବା ଅଟୋ ଚାଳକ ଜଣଙ୍କ ହେଲେ ସଚ୍ଚିଦାନନ୍ଦ ମହାନନ୍ଦ। ସେ କହିଛନ୍ତି, “ଆମ ସଭାପତିଙ୍କ କଥାରେ ଆମେ ସମସ୍ତେ ଅଟୋରେ ଲୋକମାନଙ୍କୁ ପାଣ୍ଡିଆନ(୫ଟି ସଚିବ)ଙ୍କ କାର୍ଯ୍ୟକ୍ରମକୁ ନେଇଥିଲୁ। କାର୍ଯ୍ୟକ୍ରମ ସରିବା ପରେ ମୋ ଅଟୋରେ ଯାଇଥିବା ଲୋକମାନେ ଗୋପବନ୍ଧୁ ଛକ ପାଖକୁ ଆସିବାକୁ କହିଥିଲେ।

Advertisment

ମୁଁ ସେହି ଅନୁସାରେ ଯାଉଥିଲି। ହେଲେ ପୁଲିସ୍‌ ମୋତେ ଅଟକାଇ ଧମକାଇଥିଲା। ଏହି ରାସ୍ତାରେ କାହିଁକି ଯାଉଛୁ ବୋଲି ପ୍ରଶ୍ନ କରିଥିଲା। ମୁଁ କଷ୍ଟମର ଫୋନ କରିଥିବା କହିଲି। ହେଲେ ସେମାନେ ମୋତେ ବାଡ଼େଇବାରେ ଲାଗିଥିଲେ। ମୋ ତଣ୍ଟି ଚିପି ପୁଲିସ୍‌ ଭ୍ୟାନରେ ବସାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।

ମୁଁ ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ କୁମୁଡ଼ା ପାହାଡ଼ ତଳୁ ୫ ଜଣଙ୍କୁ ଅଟୋରେ ନେଇଥିଲି। ବିଜେଡି ପକ୍ଷରୁ ଲୋକଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ନେବା ପାଇଁ ଆମକୁ କୁହାଯାଇଥିଲା। ସେହି ଅନୁସାରେ କାମ କରି ମଧ୍ୟ ପୁଲିସ୍‌ ମୋତେ ମାଡ଼ ମାରିଛି।

ମୋର କିଛି ବି ଭୁଲ ନଥିଲା। କଷ୍ଟମର ଫୋନ କରିବାରୁ ମୁଁ ସେଠାକୁ ଯାଉଥିଲି। ଏନେଇ ମୁଁ ଏସ୍‌ପିଙ୍କୁ ଜଣାଇଥିଲେ ହେଁ ସେ ଥାନାକୁ ଯିବାକୁ କହିଲେ। ଥାନା ଅଧିକାରୀ ଆମକୁ ମେଡିକାଲକୁ ପଠାଇଛନ୍ତି। ଏବେ ମୋତେ ନ୍ୟାୟ ଦରକାର।”

ଏ ସମ୍ପର୍କରେ ପୁଲିସ୍‌ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳି ପାରି ନାହିଁ।

Balangir 5T Auto Drivers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe