Advertisment

ଅଯୋଧ୍ୟା ରାମମନ୍ଦିରରେ ସଫଳ ହେଲା ସୂର୍ଯ୍ୟାଭିଷେକ ପୂର୍ବାଭ୍ୟାସ

ପ୍ରାୟ ୫ ମିନିଟ ଯାଏଁ ରାମଲଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଗୋଲାକାର ସୂର୍ଯ୍ୟ କିରଣ ତିଳକ ଭାବେ ଶୋଭା ପାଇବ।

ayodhya

ayodhya

Advertisment

ବାଲକ ରାମଙ୍କ ଲଲାଟରେ ଝଲସିଲା ଅବିସ୍ମରଣୀୟ ସୂର୍ଯ୍ୟତିଳକ। ଆସନ୍ତା ୧୭ ତାରିଖ ରାମନବମୀରେ ରାମଲାଲାଙ୍କ ସୂର୍ଯ୍ୟତିଳକ ହେବାକୁ ଥିବା ବେଳେ ଏହା ପୂର୍ବରୁ ବୈଜ୍ଞାନିକ ଉପକରଣ ସହାୟତାରେ ଏହି ପ୍ରକ୍ରିୟାର ଟ୍ରାଏଲ୍ ଚଳାଇଥିଲେ CBRI ରୁରକିର ବୈଜ୍ଞାନିକ ଦଳ।

Advertisment

ତେବେ ଏହା ସଫଳ ହେବା ପରେ ସେହି ଦିବ୍ୟ ମୁହୂର୍ତ୍ତର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସୂର୍ଯ୍ୟକିରଣ ସିଧାସଳଖ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କପାଳରେ ଲାଗିଥିବା ହୀରା ଓ ମାଣିକ୍ୟ ଖଚିତ ଚିତା ଉପରେ ଝଟକି ଉଠୁଛି। ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହେଉଛି ରାମମନ୍ଦିର ଗର୍ଭଗୃହ। ରାମନବନୀ ଦିନ ମଧ୍ୟାହ୍ନରେ ପ୍ରଭୁ ଶ୍ରୀରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି। ସେହି ସମୟରେ ପ୍ରାୟ ୫ ମିନିଟ ଯାଏଁ ରାମଲଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଗୋଲାକାର ସୂର୍ଯ୍ୟ କିରଣ ତିଳକ ଭାବେ ଶୋଭା ପାଇବ।

ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ ତୃତୀୟ ମହଲା ଉପରେ ୧୯ଟି ଗିୟର ଥିବା ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି। ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ। ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି ଏହି ଜଟିଳ ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ ପାଣିଗ୍ରାହୀ।

Advertisment
Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe