Advertisment

ଡେଡ୍‌ଲାଇନ୍ ଦେଲେ ଆୟୁଷ ଡାକ୍ତର, ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବେ

‘ଯେଉଁମାନେ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦାୟିତ୍ୱରେ ରହିଛନ୍ତି, ସେମାନଙ୍କ କଥାକୁ ବିଚାର କରାଯିବନି। ଏହା କି ପ୍ରକାର ନ୍ୟାୟ?’

author-image
Jitendra Garnayak
Prabhat Moahanty

Prabhat Moahanty

ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆର୍‌ବିଏସ୍‌କେ ଆୟୁଷ ଡାକ୍ତର ସମୂହ ଛୁଟିରେ ଯିବେ। ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ଏହି ନିଷ୍ପତ୍ତି ନେଇଛି।

Advertisment

ସଂଘର ସଭାପତି ପ୍ରଭାତ ମହାନ୍ତି କହିଛନ୍ତି, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆମ ସହିତ ବାରମ୍ବାର ଆଲୋଚନା କରିଥିଲେ। ଆମ ଦାବି ସଂପର୍କରେ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆମକୁ ଆନ୍ଦୋଳନକୁ ଯିବାକୁ ସେ ମନା କରିଥିଲେ। କିନ୍ତୁ ପ୍ରତିଶ୍ରୁତି ଗୁଡ଼ିକ ବାରମ୍ବାର ପ୍ରତାରଣାରେ ପରିଣତ ହେଉଛି। ଆମେ କି ପାପ କରିଛୁ ଯେ ସେହି ଠିକା ବ୍ୟବସ୍ଥା ଭିତରେ ରହିବୁ। ରାଜ୍ୟରୁ ଠିକା ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ। ୫୭ ହଜାର କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥା ଉଚ୍ଛେଦ ହେଲା। କିନ୍ତୁ ଯେଉଁମାନେ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦାୟିତ୍ୱରେ ରହିଛନ୍ତି, ସେମାନଙ୍କ କଥାକୁ ବିଚାର କରାଯିବନି। ଏହା କି ପ୍ରକାର ନ୍ୟାୟ?

ସେ ଆହୁରି କହିଛନ୍ତି, ସରକାର କହୁଛନ୍ତି ଆଉ କିଛି ଦରମା ବଢ଼ାଇ ଦେବେ। ସେଥିରେ ଆମେ ସନ୍ତୁଷ୍ଟ ନାହୁଁ। ଆମ ଦରମା ହ୍ରାସ କରି ଦିଅନ୍ତୁ, କିନ୍ତୁ ସ୍ଥାୟୀ କରନ୍ତୁ। ଚାକିରି ସ୍ଥାୟୀ ନହେଲେ ଆସନ୍ତା ଜାନୁଆରୀ ୧୬ ତାରିଖ ପରେ ଆମେ କାମ ବନ୍ଦ କରିଦେବୁ। ଡାକ୍ତରଖାନା ଯିବୁନି। ଏସ୍‌ମା ଭୟ ବି ଆମର ନାହିଁ। ଆମେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ। କୌଣସି ସ୍ଥିତିରେ ଆମେ ଏଥିରୁ କ୍ଷାନ୍ତ ହେବୁ ନାହିଁ। 

Advertisment
AYUSH Doctor