Advertisment

ବାବା ବଳିଆ କହିଲେ, ମହିଳା କମିଶନ ପରି ପୁରୁଷ କମିଶନ ଜରୁରୀ

ବାବା ବଳିଆ କହିଛନ୍ତି, ମାଆ ହେଉଛନ୍ତି ଘରର ଲକ୍ଷ୍ମୀ। ଦିନେ ସମୟ ଥିଲା ତାଙ୍କ ପ୍ରତି ପୁରୁଷମାନେ ଅନେକ ଅତ୍ୟାଚାର କରିଛନ୍ତି। ଏକଥା ସମସ୍ତେ ଜାଣିଛନ୍ତି। ହେଲେ ମହିଳା କମିଶନ ଗଠନ ହେବା ପରେ ସେମାନେ ପୁରୁଷ ଶକ୍ତିଙ୍କୁ ଯେଉଁ ଭଳି ଶ୍ରଦ୍ଧା ବା ସମ୍ମାନ ଦେବା କଥା ତାହା ଦେବାକୁ ପ୍ରସ୍ତୁତ ହେଲେନି।

author-image
Manoranjan Sial
ଅଦ୍ୟତନ ହୋଇଛି
Baba Balia

Baba Balia

ପୁଣି ଥରେ ଚର୍ଚ୍ଚାକୁ ଆସିଛି ପୁରୁଷ କମିଶନ ଦାବି। ଆଉ ଏହି ଦାବି ଦୋହରାଇଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ଜଣାଶୁଣା ପ୍ରବଚକ ବାବା ବଳିଆ। ସେ କହିଛନ୍ତି, ମହିଳା କମିଶନ ପରି ପୁରୁଷ କମିଶନ ଓ ପିତା-ମାତା କମିଶନ ଗଠନ ଆବଶ୍ୟକ। 

Advertisment

ବାବା ବଳିଆ କହିଛନ୍ତି, ମାଆ ହେଉଛନ୍ତି ଘରର ଲକ୍ଷ୍ମୀ। ଦିନେ ସମୟ ଥିଲା ତାଙ୍କ ପ୍ରତି ପୁରୁଷମାନେ ଅନେକ ଅତ୍ୟାଚାର କରିଛନ୍ତି। ଏକଥା ସମସ୍ତେ ଜାଣିଛନ୍ତି। ହେଲେ ମହିଳା କମିଶନ ଗଠନ ହେବା ପରେ ସେମାନେ ପୁରୁଷ ଶକ୍ତିଙ୍କୁ ଯେଉଁ ଭଳି ଶ୍ରଦ୍ଧା ବା ସମ୍ମାନ ଦେବା କଥା ତାହା ଦେବାକୁ ପ୍ରସ୍ତୁତ ହେଲେନି। ଯେଉଁଥିପାଇଁ ପୁରୁଷଙ୍କ ପ୍ରତି ନିର୍ଯାତନା ବଢ଼ିଲା। ତେଣୁ ପୁରୁଷ କମିଶନ ଗଠନ ହେବା ଜୁରୁରୀ। ଏଥିପାଇଁ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବୁ ବୋଲି କହିଛନ୍ତି ବାବା ବଳିଆ।

ବାବା ଆହୁରି କହିଛନ୍ତି, ପୁରୁଷ କମିଶନ ପରି ପିତୃ-ମାତୃ କମିଶନ ଅତି ଦରକାର। ବୃଦ୍ଧ ବାପା-ମାଆଙ୍କୁ ସରକାର ଭତ୍ତା ଓ ଚାଉଳ ଦେଉଛନ୍ତି। ତାହା ଯଥେଷ୍ଟ ନୁହେଁ। ଯଦି ଜଣଙ୍କର ମେଡ଼ିକାଲ୍‌ ଯିବା ପାଇଁ ସାମର୍ଥ୍ୟ ନାହିଁ, ତାହାହେଲେ ସେ ଚିକିତ୍ସା ସେବା ପାଇବେ କେମିତି? କାରଣ ମେଡିକାଲ୍‌ ନେବା ପାଇଁ ତାଙ୍କ ପାଖରେ କେହି ନାହାନ୍ତି। ଆଜିର ଯୁଗରେ ଯୌଥ ପରିବାର ନାହିଁ। ଆମେ ରାମଙ୍କ ଉଦାହରଣ ଦେଉଛନ୍ତି। ହେଲେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ପରି ଭାଇ କାହାନ୍ତି? ଆମେ ମହାଭାରତର ଉଦାହରଣ ଦେଉଛୁ। ହେଲେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ କାହାନ୍ତି ଓ ସେମାନଙ୍କ ଭିତରେ ଥିବା ସୁସମ୍ପର୍କ କାହିଁ? ଆଜି ଭାଇ ଓ ଭାଇ ଭିତରେ ଭଲ ସମ୍ପର୍କ ନଥିବାରୁ କେହି କାହା ଘରକୁ ଯାଉନାହାନ୍ତି ବୋଲି ବାବା କହିଛନ୍ତି।

Advertisment

ବାବା ନିଜ ଅନୁଭୂତି ବଖାଣିବାକୁ ଯାଇ କହିଛନ୍ତି, କେନ୍ଦୁଝରର ଗନ୍ଧମାର୍ଦ୍ଦନ ପାଖରେ ଗୋଟିଏ ପାହାଡ଼ ରହିଛି। ସେଠାରେ ବହୁଦିନ ତଳେ ଥରେ ଯଜ୍ଞ କରିଥିଲୁ। ସେତେବେଳେ ସେଠାରେ ପ୍ରବଳ ଶୀତ ହେଉଥିଲା। ନିଆଁ ଜାଳି ବସିଥିଲୁ। ସେଠାରୁ ପଳାଇ ଆସିଲେ ପ୍ରବଳ ଗରମ ଲାଗୁଥିଲା। ଏସି ରୁମ୍‌ ଦରକାର ପଡୁଥିଲା। ଏବେ ସେଠାକୁ ଗଲେ ପ୍ରବଳ ଗରମ ଲାଗୁଛି। ସମାନ ଅବସ୍ଥା ଭୁବନେଶ୍ୱରରେ। ଏଠାରେ କେବଳ ଆପାର୍ଟମେଣ୍ଟ ହେଉଛି। ଏଥିପାଇଁ ଆମେ ବିରୋଧ କରୁନାହୁଁ। ହେଲେ ଆଗାମୀ ଦାୟାଦଙ୍କ ପାଇଁ ପ୍ରଚୁର ଗଛ ଦରକାର। ତାଳ, ଖଜୁରୀ, ନିମ୍ୱ ଲଗାଇଲେ ପରିବେଶର ଉଷ୍ମତା କମିବ ବୋଲି ବାବା କହିଛନ୍ତି।

ଗଣତନ୍ତ୍ର ଉପରେ ବାବା ବଳିଆ କହିଛନ୍ତି, ମୁଁ ଜୀବନରେ କେବେ ୱାର୍ଡ ମେମ୍ୱରଟିଏ ହୋଇନି। ତେଣୁ ଗଣତନ୍ତ୍ର ବିଷୟରେ କ’ଣ କହିବି? କଂସ ଓ ରାବଣଙ୍କୁ ଅସୁର ବୋଲି କୁହାଯାଏ। ହେଲେ ଏ ଯୁଗରେ ପ୍ରକୃତ ଅସୁର କଂସ ଓ ରାବଣ ନୁହଁନ୍ତି। ସେମାନଙ୍କଠାରୁ ବଡ଼ ଅସୁର ହେଉଛି ପିସି। ବିନା ପିସିରେ କୌଣସି କାମ ହୋଇପାରୁନି। ଆମକୁ ଦୁର୍ନୀତି ମୁକ୍ତ ଶାସନ ଦରକାର। କାରଣ ଦୁର୍ନୀତି ମୁକ୍ତ ଶାସନ ହେଉଛି ପ୍ରକୃତ ଗଣତନ୍ତ୍ର। ଦୁର୍ନୀତିମୁକ୍ତ ଗଣତନ୍ତ୍ର ସୃଷ୍ଟି କରିବାକୁ ହେଲେ ପ୍ରତ୍ୟେକ ପରିବାର ଶୃଙ୍ଖଳିତ ହେବା ଦରକାର। ଏହାଛଡ଼ା ପରିବେଶ ସୁରକ୍ଷିତ ହେଲେ ଆମ ଦେଶ ହୀରାର ଭାରତ ହେବ ବୋଲି ବାବା କହିଛନ୍ତି।

ପୁରୁଷ କମିଶନ ଗଠନକୁ ନେଇ ସଂଘର୍ଷ କରୁଥିବା ଆଇନ୍‌ଜୀବୀ ବ୍ୟୋମକେଶ ତ୍ରିପାଠୀ ଆଜି ବାବା ବଳିଆଙ୍କ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ପୁରୁଷ କମିଶନ ଗଠନ ପାଇଁ ୨୦୧୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିଛୁ। ସମ୍ୱିଧାନ ଧାରା ୧୪ରେ ପୁରୁଷ ଓ ମହିଳାଙ୍କୁ ସମାନତା ଅଧିକାର ଏବଂ ଧାରା ୨୧ରେ ସମ୍ମାନର ସହ ବଞ୍ଚିବାର ଅଧିକାର ଦିଆଯାଇଛି। ହେଲେ ବାସ୍ତବ କ୍ଷେତ୍ରରେ ତାହା ଠିକ୍‌ ଭାବେ ପାଳନ କରାଯାଉନାହିଁ। ଏନ୍‌ସିଆର୍‌ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି, ବିବାହିତ ମହିଳାଙ୍କ ଅପେକ୍ଷା ପୁରୁଷମାନେ ବେଶୀ ଆତ୍ମହତ୍ୟା କରୁଛନ୍ତି। ସବୁଆଡୁ ଦେଖିଲେ ପୁରୁଷମାନଙ୍କ ଅଧିକାର ପାଇଁ ପୁରୁଷ କମିଶନ ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Bhubaneswar Bhubaneswar News