Advertisment

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ଚାଲିଗଲା କଅଁଳ ଶିଶୁର ଜୀବନ

ଖରଶାଳି ଗାଁର ରଥି କିସାନଙ୍କ ପତ୍ନୀ ପ୍ରମିଳା କିସାନ ୭ମାସର ଗର୍ଭବତୀ ଥିଲେ।

ଅଦ୍ୟତନ ହୋଇଛି
Sambalpur

Sambalpur

Advertisment

ଖରାପ ରାସ୍ତା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ। ଠିକ୍ ସମୟରେ ମେଡିକାଲ ନ ଯାଇପାରିବାରୁ ଚାଲିଗଲା କଅଁଳ ଶିଶୁର ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ।

Advertisment

ଖରଶାଳି ଗାଁର ରଥି କିସାନଙ୍କ ପତ୍ନୀ ପ୍ରମିଳା  ୭ମାସର ଗର୍ଭବତୀ ଥିଲେ। ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା।ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିଲାନି। ଗାଁଠୁ କିଛି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ସେହି ସମୟ ଭିତରେ ପିଲାଟି ଜନ୍ମ ହୋଇଯାଇଥିଲା।

ପରିବାର ଲୋକେ ମା’ ଓ ଛୁଆକୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ହେଲେ ମା’ ସୁସ୍ଥ ଥିବା ଜଣାଯାଇଛି।

Advertisment

ଏହି ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ। ପୀଡିତାଙ୍କୁ ସହାୟତା ପ୍ରଦାନ ସହ ଗ୍ରାମ ଉନ୍ନୟନ ବିଭାଗକୁ କହି ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି ବିଡିଓ କହିଛନ୍ତି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe